ଶିକ୍ଷକଙ୍କୁ ବଦଳି ବିରୋଧରେ ବିଦ୍ୟାଳୟର ଫାଟକରେ ତାଲା ଲଗାଇଲେ ଗ୍ରାମବାସୀ

ଶିକ୍ଷକ ବଦଳିକୁ ବିରୋଧ ଓ ପାଠ ପଢା ହେଉନଥିବା ନେଇ ପକାଇଲେ ତାଲା

ରାଇରଙ୍ଗପୁର/ଜାମଦା: ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ପାସନା ପଂଚାୟତର ବାନ୍ଦୁଦୁମା ବିଦ୍ୟାଳୟର ଛାତ୍ର ବତ୍ସଳ ଶିକ୍ଷକଙ୍କୁ ବଦଳିକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଲନା କମିିଟିର ସଦସ୍ୟ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ବିଦ୍ୟାଳୟର ସର୍ବମୋଟ୍ ୬୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ। ମାତ୍ର ଦୁଇଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତ ଥିଲେ।

ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସୋରେନ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଏନେଇ ଗତକାଲି ଅଣରାଜନୈତିକ ସଂଗଠନ ମାସା ଆର୍ମି ପକ୍ଷରୁ ବାମନଘାଟି ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଉଭୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୋରେନ ଓ ଶିକ୍ଷକ ଚନ୍ଦ୍ରକାନ୍ତ ମହାଳିକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ତେବେ ଶିକ୍ଷକ ଶ୍ରୀ ମହାଳିକ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ସହିତ ସ୍ନେହଶ୍ରଦ୍ଧା କରୁଥିଲେ। ଯାହାପଳରେ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କୁ ଆଦର୍ଶ ଶିକ୍ଷକ ଭାବେ ମାନି ଆସୁଥିଲେ।

ତେବେ ତାଙ୍କ ବଦଳିକୁ ବିରୋଧ କରି ଆଜି ଶତାଧିକ ଗ୍ରାମାବାସୀ ଫାଟକରେ ତାଲା ବନ୍ଦ କରିଥିଲେ। ଗ୍ରାମବାସୀଙ୍କ ଦାବି ଯେ ଶିକ୍ଷକ ଶ୍ରୀ ମହାଳିକଙ୍କୁ ବଦଳିକୁ ବାତିଲ କରାଯାଉ। କେବଳ ପ୍ରଧାନଶିକ୍ଷତ୍ରୀ ଶ୍ରୀମତୀ ସୋରେନଙ୍କୁ ବଦଳି କରିବାକୁ ଦାବି କରିଥିଲେ। ତେବେ ଉକ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇ ତାଲା ବନ୍ଦ କରିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି। ତେବେ ବିଦ୍ୟାଳୟର ଦୁଇ ଶିକ୍ଷକଙ୍କ ବଦଳି ପରେ ଅନ୍ୟ ବିଦ୍ୟାଳୟର ଦୁଇଜଣ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି। ତେବେ ତାଲା ବନ୍ଦ ପରେ ମଧ୍ୟ ବିଇଓ ସଦାନନ୍ଦ ମହାନ୍ତି ଘଟଣାସ୍ଥଳରେ ପହଂଚିନଥିଲେ। ଏସମ୍ବନ୍ଧରେ ବିଇଓ ଶ୍ରୀଯୁକ୍ତ ମହାନ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ ହେଁ ସମ୍ଭବ ହୋଇନଥିଲା।

ସମ୍ବନ୍ଧିତ ଖବର