ନିଶ୍ଚିନ୍ତକୋଇଲି: ଷ୍ଟ୍ରଙ୍ଗ ରୁମ୍‌ ଠାରେ ବିଡ଼ିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଭୋଟ ବାକ୍ସ ଅଦଳବଦଳକୁ ଅଭିଯୋଗ କରି କେନ୍ଦ୍ରାପଡ଼ା-କଟକ ମୁଖ୍ୟରାସ୍ତା ଅବରୋଧ କଲେ ଗ୍ରାମବାସୀ। ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଶ୍ଚିନ୍ତକ‌ୋଇଲି ଠାରେ ୧୮ ତାରିଖ ଶୁକ୍ରବାର ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ‌ ନେଇ ମତଦାନ ସରିଥିବା‌େ ବେଳେ ନିଶ୍ଚିନ୍ତକୋଇଲିସ୍ଥିତ ପଞ୍ଚାୟତ ପ୍ରହ୍ଲାଦ କଲେଜ ପରିସରରେ ଷ୍ଟ୍ରଙ୍ଗରୁମ୍‌ ରହିଥିବାବେଳେ ସେଠାରେ ଭୋଟ ବାକ୍ସ ରଖାଯାଇଥିଲା।

Advertisment

ଅଭିଯୋଗ ଅନୁସାରେ ଆଜି ସନ୍ଧ୍ୟ‌ା ସମୟରେ ଷ୍ଟ୍ରଙ୍ଗ ରୁମ୍‌କୁ ବିଡ଼ିଓ ଆସିବା ଓ ଭୋଟ ବାକ୍ସ ଅଦଳବଦଳ କରୁଥିବା ନେଇ ପ୍ରାର୍ଥୀ ଓ ସମର୍ଥକ ମାନେ ଦେଖିଥିଲେ। ତେଣୁ ସେମାନେ  ବିଡ଼ିଓଙ୍କୁ ସେଠାରେ ଅଟକ ରଖିଥିଲେ। ଏହାସହ କେନ୍ଦ୍ରାପଡ଼ା-କଟକ ମୁଖ୍ୟରାସ୍ତାକୁ ଅବରୋଧ କରିବାସହ ଜିଲ୍ଲାପାଳ ଓ ଏସପିଙ୍କୁ ଘଟଣାସ୍ଥଳକୁ ଆସି ଏନେଇ ଉତ୍ତର ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି।