ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ରାସ୍ତାରୋକ କଲେ ଗ୍ରାମବାସୀ

ନିଶ୍ଚିନ୍ତ‌କୋଇଲି: ଷ୍ଟ୍ରଙ୍ଗ ରୁମ୍‌ ସୁରକ୍ଷା ଦାବି କରି ନିଶ୍ଚିନ୍ତକ‌ୋଇଲି ଠାରେ କେନ୍ଦ୍ରପଡ଼ା-କଟକ ରାସ୍ତାରୋକ କ‌ରିଛନ୍ତି ଗ୍ରାମବାସୀ। ପଞ୍ଚାୟତ ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ୍‌ ରହିଥିବାବେଳେ ସେଠାରେ ଲାଇଟ ନଥିବା ସହ କୌଣସି ସୁରକ୍ଷା ନଥିବାରୁ ସୁକରପଡ଼ା ପଞ୍ଚାୟତବାସୀ ଠାରେ ହଜାର ହଜାର ଗ୍ରାମବାସୀ କେନ୍ଦ୍ରପଡ଼ା-କଟକ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନାଅନୁଯାୟୀ, ପଞ୍ଚାୟତ ନିର୍ବାଚନ ୨୦୨୨ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଥିବାବେଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଠାରେ ଷ୍ଟ୍ରଙ୍ଗ ରୁମ୍‌ର ସୁରକ୍ଷାକୁ ନେଇ ଗ୍ରାମବାସୀ ମାନେ ରାସ୍ତ ରୋକ କରିଛନ୍ତି।

Sambad

ତେବେ ଗ୍ରାମର ପ୍ରହ୍ଲାଦ କଲେଜ ଠାରେ ଷ୍ଟ୍ରଙ୍ଗ ରୁମ ରହିଥିବା‌େବେଳ ସେଠାରେ ବିଦ୍ୟୁତ୍‌ ନଥିବା ସହ କୌଣସି ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇନାହିଁ। ଷ୍ଟ୍ରଙ୍ଗ ରୁମ୍‌ ଅସୁରକ୍ଷିତ ରହିଥିବା ଅଭିଯୋଗ କରି ନିଶ୍ଚିନ୍ତକୋଇଲି ସ୍ଥିତ ସୁକରପଡ଼ା ପଞ୍ଚାୟତବାସୀ ଠାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ।

ସମ୍ବନ୍ଧିତ ଖବର