ରାଇରଙ୍ଗପୁର:  ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ହାଟବାଦଡା ଗ୍ରା.ପର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ହେଉନଥିବା ୱାର୍ଡସଭ୍ୟ ଓ ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି। ପଞ୍ଚାୟତର ବିଭିନ୍ନ ମୌଳିକ ସମସ୍ୟା ନେଇ କିଛିଦିନ ପୂର୍ବରୁ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ବହୁ ବର୍ଷ ହେଲା ହାଟବାଦଡା ଠାରେ ଥିବା ନାଳନର୍ଦ୍ଦମା ମଧ୍ୟ ଅଳିଆ ଆବର୍ଜନାରେ ଜମି ରହିଥିବାରୁ ମଶା, ମାଛି ସମେତ ବିଷାକ୍ତ କୀଟଙ୍କ ବାସସ୍ଥାନ ପାଲଟିଥିଲା। ଯାହାଫଳରେ ଗ୍ରାମବାସୀ ନାନା ରୋଗରେ ଆକ୍ରାନ୍ତ ହୋଇଥିଲେ। ଏନେଇ ପ୍ରଶାସନ ନିକଟରେ ଗ୍ରାମବାସୀ ମାନେ ବାରମ୍ବାର ଗୁହାରୀ କଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।

Advertisment

ସରପଞ୍ଚ ମହୋଦୟା ପଞ୍ଚାୟତ ଫଣ୍ଡରେ ଟଙ୍କା ନାହିଁ ବୋଲି କୁହନ୍ତି। ଶେଷରେ ଗ୍ରାମର କିଛି ସେଚ୍ଛାସେବୀମାନେ ନାଳନର୍ଦ୍ଦମା ସଫା କଲେ। ଏହାବ୍ୟତୀତ ପଞ୍ଚ‌ାୟତର ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଟଙ୍କା ବିନିମୟରେ ଶୀତଳ ପାନୀୟ ଜଳପ୍ରକଳ୍ପ ସ୍ଥାପିତ କରାଯାଇଥିଲା। ତେବେ ବର୍ତ୍ତମାନ ସମସ୍ତ ପ୍ରକଳ୍ପ ଅଚଳ ହୋଇ ପଡିଛି। ବର୍ତ୍ତମାନ ଗ୍ରୀଷ୍ମ ଦୀନ ଥିବାରୁ ଅଞ୍ଚଳବାସୀମାନେ ଶୀତଳ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।

ତେବେ ଯଥାଶୀଘ୍ର ସମସ୍ତ ମୌଳିକ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଅନିରୁଦ୍ଧ ଗିରି, ଜହରଲାଲ୍ ପାତ୍ର, ରାଜେଶ ଗିରି, ମହେନ୍ଦ୍ର ଗିରି, ଅରୁଣ ଗିରି, ଲିଳାବତୀ ଗିରି, ମୀନା ପାତ୍ର, ଡାଳିମ୍ବ ପାତ୍ର, ଜୋଗମହନ ପାତ୍ରଙ୍କ ସମେତ ଅନ୍ୟ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏ ସମ୍ବନ୍ଧରେ କୁସୁମୀ ବିଡିଓ ଲକ୍ଷ୍ମଣ ସୋରେନଙ୍କ ସହିତ ଯୋଗାଯୋଗ କରିବାରୁ ଏନେଇ ଏବିଡିଓଙ୍କୁ ତଦନ୍ତ ପାଇଁ ନି‌ର୍ଦେଶ ଦେଇଥିଲେ। ସେ ସମ୍ବନ୍ଧରେ ବୁଝିକି ଜଣାଇବେ ବୋଲି ମତ ରଖିଛନ୍ତି।