୪ ଅନାଥ ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ବିନୋଦ

ମାଲକାନଗିରି : ମାଲକାନଗିରି ସଦର ମହକୁମାର ଭିଜିଲାନସ ଅଫିସ ନିକଟରେ ବାସ କରୁଥିବା ୪ ଅନାଥ ଶିଶୁଙ୍କୁ ସହଯୋଗର ହାତ ବଢାଇଛନ୍ତି ବିନୋଦ ଟାଵରି।ଏଠାରେ ସୂଚନାଯୋଗ୍ୟ ଯେ ହରି ପୂଜାରି ଏବଂ ପଦ୍ମା ପୂଜାରୀଙ୍କ ଏକ ଖୁସିର ସଂସାର ଥିଲା।ଏମାନଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ରହିଛନ୍ତି।ତେବେ ଗତ ଚାରି ବର୍ଷ ତଳେ କୌଣସି ଅଜଣା ରୋଗରେ ପଡି ପଦ୍ମାଙ୍କର ମୃତ୍ୟୁ ହୋଇଯାଇଥିଲା।ହରି ଦିନ ମଜୁରିଆ ଭାବେ କାମ କରି ପିଲାଙ୍କୁ ପୋଷୁଥିଲା।ତେବେ ଗତ ଦୁଇ ଦିନ ତଳେ ହଠାତ ହରିର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ବାପା ମାଆଙ୍କୁ ହରାଇ ଚାରି ପୁଅଝିଅ ଅନାଥ ହୋଇଯାଇଥିଲେ।ଏହି ଖବର ସମାଜସେବୀ ବିନୋଦ ଟାଵରି ଜାଣିବା ପରେ ତୁରନ୍ତ ଚାରି ପିଲାଙ୍କୁ ଭେଟିବାକୁ ଯାଇଥିଲେ।ସେମାନେ ହେଲେ ଗଣେଶ ପୂଜାରୀ,ଭକ୍ତ ପୂଜାରୀ,ଗଂଗା ପୂଜାରୀ ଏବଂ ଯମୁନା ପୂଜାରୀ ।

ସମସ୍ତଙ୍କ ବୟସ ୮ରୁ ୧୫ ବର୍ଷ ମଧ୍ୟରେ ହେବ।ବିନୋଦ ପିଲାଙ୍କ ସହ କଥାବାର୍ତ୍ତା ହେବା ପରେ ୪ ହଜାର ଟଂକା ନଗଦ ଦେବା ସହ ଦୁଇ ମାସର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ।ପାଠ ପଢିବା ପାଇଁ ଏବଂ ଭବିଷ୍ୟତରେ ଯେତେବେଳେ ବି ଏହି ଚାରି ଅନାଥ ଶିଶୁର କୌଣସି ବି କାମରେ ତାଂକର ସହଯୋଗ ଦରକାର ପଡେ ତେବେ ନିଶ୍ଚିତ ଭାବେ ହାଜର ହୋଇ ସହଯୋଗ କରିବେ ବୋଲି କହିଥିଲେ।ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାର ସୋନୁ ସୁଦ ଭାବେ ବିନୋଦ ବେଶ ପରିଚିତ।ଗରିବ,ଅସହାୟ,ନିଷ୍ପେସିତ ଲୋକଙ୍କୁ ହେଉ ବା ଗରିବ ପିଲାଙ୍କୁ ପାଠ ପଢାରେ ଅର୍ଥର ଅଭାବ ହେଉ ବିନୋଦ ତୁରନ୍ତ ପହଞ୍ଚି ସହଯୋଗର ହାତ ବଢାଇଥାନ୍ତି । ମାନବ ସେବା ହିଁ ମାଧବ ସେବା ବୋଲି ସେ କହନ୍ତି।ତାଂକର ଏହି ସହଯୋଗ ପାଇଁ ତାଂକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ସମ୍ବନ୍ଧିତ ଖବର