କପ୍ତିପଦା: ଗୋଷ୍ଠୀ ସଂଘର୍ଷରେ ୫ ଆହତ, ଦୋକାନବଜାର ବନ୍ଦ

କପ୍ତିପଦା: ସାମାନ୍ୟ ବଚସାକୁ କେନ୍ଦ୍ର କରି ଗତକାଲି ରାତିରେ କପ୍ତିପଦା ବଜାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କରିବାରୁ ୫ ଜଣ ଆହତ ହୋଇଛନ୍ତି। ଅପରପକ୍ଷେ ଏହି ଗଣ୍ଡଗୋଳରେ ୬ଟି ମୋଟର ସାଇକେଲ ଭାଙ୍ଗିି ଯାଇଛି। ଗଣ୍ଡଗୋଳକୁ ଆଖିଆଗରେ ରଖି ଆଜି ଦଶମୀ ସତ୍ତ୍ୱେ କପ୍ତିପଦାର ସମସ୍ତ ଦୋକାନବଜାର ବନ୍ଦ ରହିଥିଲା। ପରେ ଉଭୟ ପକ୍ଷର ମୁରବୀ ଓ ବ୍ୟବସାୟୀମାନେ ବସି ଏହାର ସମାଧାନ ପାଇଁ ଉଦ୍ୟମ କରିଛନ୍ତି। ଫଳରେ ଅପରାହ୍‌ଣରେ ଦୋକାନବଜାର ଖୋଲିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର