ଲୋକଙ୍କୁ ଚୋର କହିବା ଯୋଗୁଁ ତହସିଲଦାରଙ୍କୁ ଘେରିଲେ ଲୋକେ, କଲେ ରାସ୍ତା ଅବରୋଧ

ନୀଳଗିରି: ନୀଳଗିରି ଥାନା ଅନ୍ତର୍ଗତ ମିତ୍ରପୁର-କାଠପାଳ ରାସ୍ତା ମଛୁଆ ଛକରେ ସ୍ଥାନୀୟ ତହସିଲଦାରଙ୍କୁ ଲୋକେ ଘେରିଛନ୍ତି। ତହସିଲଦାର ସୁଶ୍ରୀତା ଟୁଡୁ ଲୋକଙ୍କୁ ଚୋର କହିବା ଯୋଗୁଁ ଲୋକେ ତାଙ୍କୁ ଘେରିବା ସହିତ ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।

ଅଭିଯୋଗ ଅନୁଯାୟୀ ଏକ ବାଲି ବୋଝେଇ ଡ଼ମ୍ଫର ଯାଉଥିବାବେଳେ ତହସିଲଦାର ସୁଶ୍ରୀତା ଟୁଡୁ ଅଟକାଇ ପରମିଟ୍ ଛଡାଇ ନେବା ସହ ଗାଳିଗୁଳଜ କରିଥିଲେ। ଏଥିସହିତ ଲୋକମାନଙ୍କୁ ଚୋର ବୋଲି ବି କହିଥିଲେ, ଯାହାକୁ ନେଇ ଲୋକେ ଉତ୍ତେଜିତ ହୋଇ ତହସିଲଦାରଙ୍କ ଗାଡି ସହ ତାଙ୍କୁ ବି ଘେରାଉ କରିଛନ୍ତି।

ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା। ଗାଡ଼ି ଅଟକି ରହିବା ହେତୁ ଯାତାୟାତରେ ଅସୁବିଧା ହୋଇଥିଲା। ଘଟଣାସ୍ଥଳରେ ଉତ୍ତଜେନା ଥିବାବେଳେ ନୀଳଗିରି ପୁଲିସ ଓ ଉପଜିଲ୍ଲାପାଳ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରି ପରିସ୍ଥିତି ଆୟତ୍ତକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର