ତାରାଙ୍କ ଡାଏଲଗ୍‘‘ ସେର୍ ଭୁକା ରେହଯାଏଗା.. ଲେକିନ୍ ଘାସ୍ ନେହି ଖାଏଗା’’ ଭାଇରାଲ

ଜୟପୁର: ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ବବି ଦାସଙ୍କୁ ଖୁବ ପ୍ରଶଂସା କରିଥିଲେ। ଜୟ ନବୀନ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ବି କହିଥିଲେ। ଏହାପରଠାରୁ ଏହାକୁ ନେଇ ଜୟପୁର ରାଜନୀତିରେ ଉଷ୍ମତା ବଢ଼ିଛି। ଏପରିକି ଜୟପୁର ବିଧାୟକ ବିଜେଡିରେ ଯୋଗ ଦେବାର ସମ୍ଭାବନା ରହିଛି ବୋଲି ବି ଏସଡିସିର ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ ବି ଗଣମାଧ୍ୟମକୁ କହିଥିଲେ। ଏହାକୁ ନେଇ ଜୟପୁର ବିଧାୟକ ପ୍ରତିକ୍ରିୟା ପ୍ରକାଶ କରିବା ସହ ଗତ ସାଧାରଣ ନିର୍ବାଚନ ବେଳେ ବି ବିଜେଡିର ନେତୃମଣ୍ଡଳୀ ଯୋଗ ଦେବାକୁ ଡାକିଥିଲେ। ଏବେ ବି ଡାକୁଛନ୍ତି।

ତେବେ ସେ କୌଣସି ପରିସ୍ଥିତିରେ ବି ଯିବେ ନାହିଁ ବୋଲି କହିଛନ୍ତି ତାରା। ଜୀବନର ଶେଷ ବିନ୍ଦୁ ଥିବା ଯାଏଁ ସେ ଅନ୍ୟ କୌଣସି ଦଳକୁ ଯିବେ ନାହିଁ , ସେଭଳି ଯଦି କିଛି ପରିସ୍ଥିତି ଉପୁଜେ ତେବେ ସେ ରାଜନୀତି ଛାଡି ଦେବେ କିନ୍ତୁ ଅନ୍ୟ ଦଳକୁ ଯିବେ ନାହିଁ ବୋଲି କହିଛନ୍ତି ବିଧାୟକ । ‘‘ଭାଲୁ ବାହିନୀପତି ସେର ହେଁ ସେର ଭୁକା ରେହ ଯାଏଗା … ଲେକିନ୍ ଘାସ୍ ନେହି ଖାଏଗା’’ ଓ ‘‘ଭାଲୁ ଯେଉଁଠି ଛିଡା ହେବ ସେଇଠାରୁ ଲାଇନ୍ ଆରମ୍ଭ ହେବ’’ ଡାଏଲଗ୍ ବିଭିନ୍ନ ସଭା ସମିତିରେ କହିବା ସହ ଗଣମାଧ୍ୟମକୁ ବି ଜଣାଇଛନ୍ତି। ଏହି ଦୁଇ ଡାଏଲଗର ଭିଡିଓ ଏବେ ଭାଇରାଲ ହେବା ସହ ସାମାଜିକ ଗଣମାଧ୍ୟମରେ ଖୁବ ପ୍ରଚାର ହେବା ସହ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। ତେବେ ଆଗାମୀ ଦିନର ଜୟପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ କେଉଁ ଆଡକୁ ଯାଉଛି ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର