ଭବାନୀପାଟଣା ଭର୍ଚୁଆଲ ହାଇକୋର୍ଟରେ ଶୁଣାଣି ଆରମ୍ଭ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୋର୍ଟ ପରିସରରେ ଭର୍ଚୁଆଲ ହାଇକୋର୍ଟରେ ଆଜିଠାରୁ ଶୁଣାଣି ଆରମ୍ଭ ହୋଇଥିଲା। ଏଥିରେ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସ୍ବାସ୍ଥ୍ୟସେବା ଉପରେ ଅଭିଯୋଗ ଦାଖଲ ହୋଇଥିଲା। ମାନ୍ୟବର ହାଇକୋର୍ଟର ମୁଖ୍ୟବିଚାରପତି ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଉଭୟ କଳାହାଣ୍ଡି ଓ ନୂଆପଡ଼ା ସିଡିଏମଓମାନଙ୍କୁ ଆସନ୍ତା ମେ ୧୬ ତାରିଖ ଅପରାହ୍ନ ୨ଟାରେ ଉପସ୍ଥିତ ରହିବା ସହିତ ଆଫିଡେଫିଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଆଶାକର୍ମୀମାନଙ୍କ ଧାରଣା ଯୋଗୁଁ ସ୍ବାସ୍ଥ୍ୟସେବା ବ୍ୟାହତ ହେବା ଓ ସ୍ବାସ୍ଥ୍ୟସେବା ନେଇ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥଳରେ ଇସିଜି ଏକ୍ସରେ ଓ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇବାକୁ କହିଥିଲେ। ସେହିଭଳି ଜେଲ୍‌ମାନଙ୍କରେ ଡାକ୍ତର ବଦଳରେ ଫାର୍ମାସିଷ୍ଟମାନେ ସ୍ବାସ୍ଥ୍ୟ ଦାୟିତ୍ବ ନେଉଥିବା ନେଇ ଉଦବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର