ଭୁବନେଶ୍ବର: କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଲହର ମୁକାବିଲା ପାଇଁ ଜନତା ସହଯୋଗ କରନ୍ତୁ । ଗଞ୍ଜାମରେ ସଂକ୍ରମଣ ହାର କମ ଅଛି । ହେଲେ ଆଗକୁ ସଂକ୍ରମଣ ନେଇ କିଛି କହିହେବନି । ଜିଲ୍ଲା କୋଭିଡ ହେଲଥ ସେଣ୍ଟର ପ୍ରସ୍ତୁତ ଅଛି । ୧୫ ଶହ ବେଡର କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ଅଛି । କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ବୁଧବାର ଏହା କହିଛନ୍ତି।
ସେହିପରି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆହୁରି ମଧ୍ୟ କହିଛନ୍ତି, ପ୍ରବାସୀ ଓଡିଆ ଫେରିବା ହାର କମ ଅଛି। ପର୍ବ ପାଇଁ କିଛି ଫେରିଛନ୍ତି । ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସ୍କ୍ରିନିଂ କରାଯାଉଛି । ପ୍ରଥମ ଲହର ପରି ଦ୍ୱିତୀୟ ଲହରକୁ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । କୋଭିଡ ଦ୍ୱିତୀୟ ଲହରକୁ ମଧ୍ୟ ସଫଳତାର ସହ ମୁକାବିଲା କରିବୁ ।
ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟକୁ ପୁଣି ପ୍ରବାସୀ ଫେରୁଛନ୍ତି । ଗତ ବର୍ଷ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଫେରିବା ପରେ ସ୍ଥିତି ଅଣାୟତ ହୋଇଥିଲା । ହେଲେ ଏଥର ସଜାଗ ରହିଛି ଜିଲ୍ଲା ପ୍ରାଶାସନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Ganjam-2nd-lahara14_Thumb.jpg)