ବିଜୁସେତୁ କାର୍ଯ୍ୟର ସମୀକ୍ଷା; ଏପ୍ରିଲ ୩୦ ସୁଦ୍ଧା କାମ ଶେଷ କର: ମନ୍ତ୍ରୀ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ଅଧୀନରେ ଥିବା ନଗସପୁର ପଞ୍ଚାୟତ ବରକୋଳିଆ-ନଗସପୁର ରାସ୍ତାକୁ ସଂଯୋଗ କରୁଥିବା ଚାରିରକବାଠାରେ ଚିତ୍ରୋତ୍ପଳା ନଦୀ ଉପରେ ହେଉଥିବା ବିଜୁସେତୁର ଅଗ୍ରଗତି କାର୍ଯ୍ୟକୁ ଆଜି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ଚିତ୍ରୋତ୍ପଳା ନଦୀରେ ବରକୋଳିଆ ନଗସପୁର ରାସ୍ତାକୁ ସଂଯୋଗ କରୁଥିବା ଏହି ସେତୁର ଶିଳାନ୍ୟାସ ୩ ଡିସେମ୍ବର ୨୦୧୮ରେ କରାଯାଇଥିଲା। ୨୦୨୧ ଜାନୁଆରିରେ ଏହା ଶେଷ ହେବା କଥା। କୋଭିଡ୍ କଟକଣା ଯୋଗୁଁ କାର୍ଯ୍ୟରେ ହେବାରୁ ଉକ୍ତ ସେତୁ ଆସନ୍ତା ଏପ୍ରିଲ ୩୦ତ ତାରିଖରେ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୮କୋଟି ୩୪ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଉଛି। ଆଜି ମନ୍ତ୍ରୀ ଶ୍ରୀ ଜେନା ଏହି ସେତୁର କାର୍ଯ୍ୟ ସମୀକ୍ଷା କରି ଧାର୍ଯ୍ୟ ସମୟରେ ସେତୁ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେତୁର ଉଭୟପାର୍ଶ୍ବ ରାସ୍ତାକୁ ଚଉଡ଼ା କରିବା ଓ ଆବଶ୍ୟକ ପଡିଲେ ସଂଶୋଧିତ ବ୍ୟୟ ଅଟକଳ କରି ସରକାରଙ୍କୁ ପଠାଇବା ପାଇଁ ବିଭାଗୟୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସେତୁ ନିର୍ମାଣ ହେଲେ କଟକ, ଜଗତସିଂହପୁର ଜିଲ୍ଲାକୁ ଦୂରତା କମିବା ସହ ସିଧାସଳଖ ଯୋଗାଯୋଗ ହୋଇପାରିବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ। ସମୀକ୍ଷା ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସମୀର ରଂଜନ ସାମନ୍ତରାୟ, ସହକାରୀ ଯନ୍ତ୍ରୀ ସତ୍ୟଜିତ୍ ଦଳାଇ, କଟକ ସାଂସଦଙ୍କ ପ୍ରତିନିଧି ସ୍ବାଧୀନ ଭୂୟାଁ, ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ଓଝାଙ୍କ ସମେତ ବିଭାଗୀୟ ଅଧିକାରୀ, ଲୋକପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର