ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି କେନ୍ଦ୍ରାପଡା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଛନ୍ତି। ପାଣ୍ଡିଆନ କେନ୍ଦ୍ରାପଡା ରାଜନଗରର ଦକ୍ଷିଣଡିହାଠାରୁ କେରେଡ଼ାଗଡ଼ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ପୋଲ ନିର୍ମାଣ କାମର ସମୀକ୍ଷା କରିବା ସହ ସେଠାରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ବାବଦରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ | ଏହାପରେ ସେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଲୋକଙ୍କୁ ଉଦବୋଧନ ଦେଇଥିଲେ |

Advertisment

ଶେଷରେ କେନ୍ଦ୍ରାପଡ଼ାର ବଳଦେବ ଜୀଉଙ୍କୁ ଦର୍ଶନ କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ | ଏହି ଅବସରରେ ପାଣ୍ଡିଆନ ଫେବୃୟାରୀ ମାସ ସୁଦ୍ଧା ଜିଲ୍ଲାରେ ଲକ୍ଷ୍ମୀ ବସ ଗଡ଼ିବା ବୋଲି ସୂଚନା ଦେଇଥିଲେ | ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ଜନପ୍ରତିନିଧି, ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ | ଏହି ଅବସରରେ ସେ କହିଥିଲେ ଯେ କେନ୍ଦ୍ରାପଡା ଜିଲ୍ଲା ବିଜୁ ବାବୁଙ୍କ କର୍ମଭୂମି ଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାକୁ ବହୁତ ଭଲ ପାଆନ୍ତି | ସେଥିପାଇଁ କେନ୍ଦ୍ରାପଡ଼ାର କେମିତି ଉନ୍ନତି ହେବ ସେଥିପାଇଁ ସବୁବେଳେ ଚେଷ୍ଟିତ | ଜିଲ୍ଲାର ସବୁ ସ୍କୁଲ ଓ କଲେଜ ଆଗାମୀ ଦୁଇ ମାସ ସୁଦ୍ଧା ରୂପାନ୍ତରଣ ସରିବ |