ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ନାରାୟଣନଗରର ହାଟପଦାଠାରେ ଲକ୍ଷ୍ମୀପ୍ରସାଦ ୟୁଥ କ୍ଳବ ପକ୍ଷରୁ ଚାଲିଥିବା ତୃତୀୟ ମା’ ପିତାବଳୀ ଭଲିବଲ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ଲକ୍ଷ୍ମୀପ୍ରସାଦ (ବି) ଚାମ୍ପିୟନ ହୋଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ମେହେର, ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ମାନରଞ୍ଜନ ପୁରୋହିତ, ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ଯୋଗ ଦେଇ ବିଜେତାଦଳକୁ ଟ୍ରଫି ସହିତ ୪୦୦୧ ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହ ୨୦୦୧ ଟଙ୍କା ପୁରସ୍କାର ରାଶି ପ୍ରଧାନ କରିଥିଲେ ।
ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ବୁଢ଼ୀପଦର ଓ ରାଜନପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୁଢ଼ୀପଦର ଦଳ ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚ ଭାଗବତ(ବୌଦ୍ଧ) ଓ ତେଲିବନ୍ଧ(ବି )ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଭାଗବତ(ବୌଦ୍ଧ) ଦଳ ବିଜୟୀ ହୋଇଥିଲା । ସେହିପରି ତୃତୀୟ ମ୍ୟାଚ ରାମଗଡ଼ ସହିତ ଲକ୍ଷ୍ମୀପ୍ରସାଦ (ସି )ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାମଗଡ଼ ବିଜୟୀ ହୋଇଥିଲା । ସେହିପରି ଚତୁର୍ଥ ମ୍ୟାଚ ତେଲିବନ୍ଧ(ଏ) ଓ ଆଇଆରବି ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ତେଲିବନ୍ଧ (ଏ) ବିଜୟୀ ହୋଇଥିଲା । ଏହା ପରେ ଲକ୍ଷ୍ମୀପ୍ରସାଦ (ଏ ) ଓ ବୁଢ଼ୀପଦର ଦଳ ମଧ୍ୟରେ ପ୍ରଥମ କ୍ୟାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଉଥିବା ବେଳେ ଲକ୍ଷ୍ମୀପ୍ରସାଦ (ଏ )ଦଳ ବିଜୟୀ ହୋଇ ସେମିଫାଇନାଲ ମ୍ୟାଚରେ ପ୍ରବେଶ କରିଥିଲେ । ଏହା ପରେ ଦ୍ୱିତୀୟ କ୍ବାର୍ଟର ସେମିଫାଇନାଲ ମ୍ୟାଚ ଭାଗବତ ଓ ତେଲିବନ୍ଧ(ଏ) ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ତେଲିବନ୍ଧ (ଏ) ବିଜୟୀ ହୋଇ ରାମଗଡ଼ ସାଙ୍ଗରେ ଖେଳି ସେଥିରୁ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ତେଲିବନ୍ଧ (ଏ ) ଓ ଲକ୍ଷ୍ମୀପ୍ରସାଦ (ଏ )ମଧ୍ୟରେ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ତେଲିବନ୍ଧ (ବ) ୨/୦ ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲେ । ଏହା ପରେ ପୂର୍ବଦିନ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିବା ଲକ୍ଷ୍ମୀପ୍ରସାଦ (ବି ) ଓ ତେଲିବନ୍ଧ (ଏ ) ମଧ୍ୟରେ ୨ଟି ସେଟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ରେ ଲକ୍ଷ୍ମୀପ୍ରସାଦ (ବି ) ଦଳ ପ୍ରଥମ ସେଟରେ ୩/୧ ଓ ଦ୍ୱିତୀୟ ସେଟରେ ୯/୮ ରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା । ଆଜିର ମ୍ୟାଚକୁ ବୈଶାଖୁ ବେହେରା, ବିପିନ ରଣା,ମାନସ ଜେନା ପରିଚାଳନା କରିଥିବା ବେଳେ ଲାଇନରେ ସୁନିତ ସାହୁ , ଜିତେନ୍ ଜେନା, ତାପସ କୁମାର ସାହୁ, ବିକାଶ ମେହେର ରହିଥିଲେ। ମାନସ ପ୍ରଧାନ ଓ ପ୍ରମୋଦ କୁମାର ପାତ୍ର ସ୍କୋରର ଦାୟିତ୍ଵ ତୁଲାଇଥିବା ବେଳେ ସୂର୍ୟ୍ୟ କୁମାର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ବିଜୟ କୁମାର ସାହୁ, ଅମିତ କର୍ଣ୍ଣ, ଜିତେନ୍ ଜେନା, ଜଗନ ଜେନା, ଅନିଲ କର୍ଣ୍ଣ ଓଁକାର ମେହେର, ବିକାଶ ମେହେର, ଜିଲୁ ସାହୁ, କମଳ ଦେହୁରୀ, ଶାନ୍ତକ୍ଷନୁ ପୁଟେଲ ଏବଂ ଲଷ୍ମୀପ୍ରସାଦ ୟୁଥ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।