ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ବ୍ରହ୍ମପୁର ସିଟି କଲେଜକୁ ହରାଇ ରାୟଗଡା ଚାମ୍ପିୟନ

ଭଞ୍ଜନଗର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଦୁଇଦିନ ଧରି ଚାଲିଥିବା ୫୨ ତମ ଆନ୍ତଃ ମହାବିଦ୍ୟାଳୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ ବ୍ରହ୍ମପୁର ସିଟି କଲେଜ ଏବଂ ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା। ରାୟଗଡା ୩-୦ ସେଟରେ ବିଜୟ ହୋଇ ଚାମ୍ପିୟନ ହୋଇଥିଲା। କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ସମ୍ପାଦକ ପ୍ରଫେସର ଗଣେଷ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ସାତ୍ୟକି ସାହୁ, ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପସଭାପତି ଆମାଶ ପାଟମାଝୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅମୀୟ ରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟ ଖେଳ ପ୍ରଶିକ୍ଷକ ରାଜେଶ ମହାନ୍ତି, ରେଫରୀ ସଚ୍ଚିଦାନନ୍ଦ ଦାସ, ବିକାଶ ସିଂହ, ରଶ୍ମିରଞ୍ଜନ ତ୍ରିପାଠୀ, ମୋଚି ରାମ ରଣସିଂହ, ସୁବାସ ଗୌଡ, ପି ଆନନ୍ଦ ରାଓ, ପି ରମେଶ, ପ୍ରବିଣ କୁମାର ଖାଡ଼ଙ୍ଗା, ମାନସ କୁମାର ପ୍ରହରାଜ ପ୍ରମୁଖ ଆଜିର ମ୍ୟାଚ ଗୁଡିକୁ ପରିଚାଳନା କରିଥିଲେ। ଏହାକୁ ପରିଚାଳନା କରିବାରେ ଅଧ୍ୟାପିକା ତୃପ୍ତିମୟୀ ଦାସ, ରାଜଲକ୍ଷ୍ମୀ ରଥ, ସ୍ମରଣିକା ପାଢୀ, ସସ୍ମିତା ଦାସ, ରାଜଶ୍ରୀ ନାୟକ, ଅଧ୍ୟାପକ ବାବୁଲା ପ୍ରଧାନ, ବୁଦ୍ଧିନାଥ ବେହେରା, ହରିଶ ଭଟ୍ଟର, ବି.ପି ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର