ମାଲକାନଗିରି ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବନ ବିଭାଗ ଏବଂ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଡିଏଫଓ ପ୍ରଦୀପ ମିରାସେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସୋନାଲ ପ୍ରଦୀପ ମିରାସେ, ଯୁବ ରେଡକ୍ରସର ସଂଯୋଜକ ଡଃ. ରଂଜନ କୁମାର ସ୍ବାଇଁ, ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ, ଆମ ଓଡିଶାର ଜିଲ୍ଲା ସଂଯୋଜକ ପ୍ରମେନ୍ଦ୍ର ପରିଛା ପ୍ରମୁଖ ଯୋଗ ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ  କେବଳ ଯେ ଜଂଗଲ ସୁରକ୍ଷା କରୁନାହାନ୍ତି ବରଂ ସମାଜସେବା କ୍ଷେତ୍ରରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି। ଆଜି ଡିଏଫଓ ନିଜେ ଉପସ୍ଥିତ ରହି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ତ ସଂଗ୍ରହ କରିବାରେ ପ୍ରବର୍ତ୍ତାଇ ଥିଲେ। ଜିଲ୍ଲାରେ କରୋନା ମହାମାରୀକୁ ଆଖିଆଗରେ ରଖି ରକ୍ତଦାନ ଶିବିରଗୁଡିକରେ ମାତ୍ର ୩୦ ୟୁନିଟ ରକ୍ତ ସଂଗ୍ରହ ପାଇଁ ନିର୍ଦେଶ ଦିଆଯାଇଥିବାରୁ ଆଜି ଏହି ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Sambad

ଏହି ରକ୍ତଦାନ ଶିବିରରେ ରକ୍ତଦାତାମାନେ ହେଲେ ପ୍ରଦୀପ ମିରାସେ, ଜଗନ୍ନାଥ ବିଷୋୟୀ, ମୁରଲୀଧର ଅନୁଗୁଳିଆ, ମନତୋଷ ଦେ, ମଧୁସୂଦନ ପାଙ୍ଗି, ବୃନ୍ଦାବନ ଫାଲାମ, ଦୈତାରୀ ହନ୍ତାଳ, ଲବ ଭୁମିଆ, ଏ. ପିଙ୍କି ରାଓ, ଏନ୍‌.ସୁନ୍ତର କୁମାର, ତାପସ କୁମାର ଶାହା, ସ୍ବରୂପ ଉଆସୀ, ଅକ୍ଷୟ କୁମାର ମାଢି, ମନୁ ହନ୍ତାଳ, ସୁରେଶ ଭତ୍ରା, ଜୋବେଶ ଟାକ୍ରୀ, ଅଭି ମାଝି, ପ୍ରକାଶ ଦାସ, ଗୁପ୍ତ ଚନ୍ଦ୍ର ବୁରୁଦା, ମୁକୁନ୍ଦ ପ୍ରଧାନୀ, ସ୍ନେହାଶିଷ ନାୟକ, ପିତୁ ମାଳି, ଟି. ଜଗଦିଶ ରାଓ, ହରି ମାଡକାମୀ, ସୁବଷ ଚନ୍ଦ୍ର କିରସାନୀ, ରୌମ୍ୟ ରଂଜନ ପରିଡା, ଚନ୍ଦ୍ର ଶେଖର ବେହେରା, ହିମାଂଶୁ ଶେଖର ସାହୁ, ପି. ସଂତୋଷ କୁମାର ପ୍ରମୁଖ ରହିଥିଲେ। ତେବେ ମିଶନ ଉଦୟର ସ୍ବେଚ୍ଛାସେବୀ ମାନେ ମଧ୍ୟ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରି ନିଜର ସହଯୋଗ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ଣ ପ୍ରକୋପ ବଢୁଥିବାରୁ ରକ୍ତଦାନ ସଂଗ୍ରହରେ ମଧ୍ୟ ବାଧା ସୃଷ୍ଟି ହେଉଛି। ତେବେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଏହି ରକ୍ତଦାନ ଶିବିର ଆୟୋଜନ କରିବା ସହ ପରିଚାଳନା କରିଥିଲେ।ଏଥିରେ ଅନୀଲ କୁମାର ବାଲା, ଦିବାକର ଜେନା, ରାଜେଶ ସେଠୀ, ଦିପ୍ତୀ ରଂଜନ ନାୟକ, ରବି ନାରାୟଣ ଖଣ୍ଡୁଆଳ, ସୁରେଶ ପ୍ରସାଦ ବିଭୁତି, ଶ୍ରଦ୍ଧାଞ୍ଜଳି ମିଶ୍ର, ଜ୍ୟୋତି ମେରୀ, ବାସନ୍ତି ମାଡକାମୀ, ବିନାରାଣୀ ମଣ୍ଡଳ, ଅର୍ଜୁନ ବେଟା, ସ୍ମିତା ଆଜମେର ପ୍ରମୁଖ ସହଯୋଗ କରିଥିଲେ। ରକ୍ତ ସଂଗ୍ରହରେ ସୁଜର ରାୟ ଏବଂ ତାଂକ ସହଯୋଗୀମାନେ ସହଯୋଗ କରିଥିଲେ। ଆଗାମୀ ଦିନରେ ମଧ୍ୟ ଏଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ପାଇଁ ବନ ବିଭାଗ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର