ପଞ୍ଚାୟତ ନିର୍ବାଚନ: ପାସେଞ୍ଜର ଟ୍ରେନ୍ ନ ଚାଲିଲେ ଭୋଟ ବର୍ଜନ

ଖୋର୍ଦ୍ଧା: ପାସେଞ୍ଜର ଟ୍ରେନ୍ ନଚାଲିଲେ ଭୋଟ ଦେବେ ନାହିଁ ବୋଲି ଫଡରେସନ୍ ଅଫ୍ ଡେଲି ପାସେଂଜର୍ସ ଆସେସିଏସନ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ଏକ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଦାନ କରାଯାଇଛି । ଆଜି କାଇପଦର ରେଳବାଇ ଷ୍ଟେସନ ଠାରେ ସଂଗଠନ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା ।

ଏହି ଅବସରରେ ସଂଗଠନର ସଭାପତି ଅର୍ଜୁନ ଚରଣ ସାମନ୍ତରାୟ ଓ ଅନ୍ୟମାନେ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଏକ ଦାବିପତ୍ର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ରରେ ଦର୍ଶାଇଛନ୍ତି ଯେ କରୋନା ପୂର୍ବରୁ ଦିନ ମଜୁରିଆ, ଛାତ୍ରଛାତ୍ରୀ, ଚାକିରିଆ, କ୍ଷୁଦ୍ର ବ୍ୟବସାୟୀ କମ ମୂଲ୍ୟରେ ମାସିକ ସିଜନ ଟିକଟ ଦେଉଥିଲେ । ଏହାଦ୍ୱାରା ତାଙ୍କ ଉପରେ ଦୈନିକ ଯାତାୟତ ଜନିତ ଆର୍ଥିକ ଚାପ କମ୍ ହେଉଥିଲା । କିନ୍ତୁ ବର୍ତ୍ତମାନ କରୋନା ମହାମାରୀ ପରେ ସମସ୍ତ ଲୋକାଲ୍ ପାସେଂଜର ଟ୍ରେନ୍କୁ ବାତିଲ କରାଯାଇଛି । ଏହାଦ୍ୱାରା ସମାଜର ଆର୍ଥିକବର୍ଗର ତଳେ ଥିବା ବ୍ୟକ୍ତିବିଶେଷ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବର୍ତମାନ କରୋନା ସଂକ୍ରମଣ ହ୍ରାସ ପାଇଛି । ଯଦି ତୁରନ୍ତ ପଲାସା-ପାରାଦୀପ, ପଲାସା-ଭୁବନେଶ୍ୱର, ବ୍ରହ୍ମପୁର-କଟକ ଲୋକାଲ୍ ପାସେଂଜର ଟ୍ରେନ୍‌ର ଚଳାଚଳ ଆରମ୍ଭ ନକରନ୍ତି ତେବେ ସେମାନେ ନିଜ ନିଜ ଅଂଚଳରେ ତ୍ରିସ୍ତରୀୟ ନିର୍ବାଚନରେ ବିଜେପିକୁ ଭୋଟ ଦେବେ ନାହିଁ ।

ସମ୍ବନ୍ଧିତ ଖବର