ଭୋଟରଙ୍କ ଘରେ ଗଛ ଲଗାଇ ଭୋଟ୍‌ ମାଗୁଛନ୍ତି ପ୍ରାର୍ଥୀ

ଚିତ୍ରଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ହଲଦୀପାଳ ପଞ୍ଚାୟତ ୮ ନମ୍ବର ୱାର୍ଡ ସଭ୍ୟ ପ୍ରାର୍ଥୀ ରାକେଶ କୁମାର ଦାସ ନିଆରା ଢଙ୍ଗରେ ପ୍ରଚାର କରିଛନ୍ତି । ରାକେଶ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‌ ମାଗିବା ସହ ଟ୍ରଲିରେ ନେଇ ଯାଇଥିବା ଆମ୍ବ, ପଣସ, ସପେଟା ସହ ବିଭିନ୍ନ ଫଳଗଛ ଚାରା ଭୋଟରଙ୍କ ଘରବାଡ଼ିରେ ଲଗାଇ ଧ୍ୟାନ ଆକର୍ଷଣ କରୁଛନ୍ତି। ପରିବେଶ ପ୍ରଦୂଷଣ ହେଉଥିବା ଯୋଗୁ ସେ ଗଛଲତା ବୃଦ୍ଧି ପାଇଁ ଏପରି ପ୍ରୟାସ ଚଳାଇଛନ୍ତି । ନିର୍ବାଚନର ଫଳାଫଳ ଯାହା ହେଲେ ବି ରାକେଶ ଆଗାମୀ ଦିନ ଗାଁର ସମସ୍ତଙ୍କ ଘରେ ଗଛ ଲଗାଇବା କାମ ଜାରି ରଖିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର