ଭୁବନେଶ୍ୱର: ଭୁବନେଶ୍ୱର ଉପଖଣ୍ଡ ଅଧୀନ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା- ବିଧାନସଭା ନିର୍ବାଚନ ମଣ୍ଡଳୀ ନଂ.୧୧୧ (ଜୟଦେବ), ୧୧୨ ଭୁବନେଶ୍ୱର(କେନ୍ଦ୍ର), ୧୧୩ ଭୁବନେଶ୍ୱର(ଉତ୍ତର), ୧୧୪ ଭୁବନେଶ୍ବର(ଏକାମ୍ର), ୧୧୫- ଜଟଣୀର ସଂଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଛି। ୨୦୨୧ ଜାନୁଆରୀ ୧ତାରିଖ ସୁଦ୍ଧା ଯାହାଙ୍କର ବୟସ ୧୮ ବର୍ଷ ହେଉଥିବ, ସେମାନେ ବୁଥ୍ସ୍ତରୀୟ ଅଧିକାରୀ(ବିଏଲ୍ଓ)ଙ୍କ ଠାରୁ ଫର୍ମ ନଂ ୬ ନେଇ ଆବେଦନ କରିପାରିବେ।
ଏହା ବ୍ୟତୀତ ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସେମାନେ ଫର୍ମ ନଂ ୮ରେ ଓ ମୃତ ଓ ଏକାଧିକ ସ୍ଥାନରେ ଭୋଟର ଥିବା ଭୋଟର ତାଲିକାରେ ନାମ ବାଦ୍ ଦେବା ପାଇଁ ଫର୍ମ ନଂ ୭ରେ ଆବେଦନ କରିପାରିବେ। ଅନଲାଇନରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ଭୋଟରମାନେ ନିର୍ବାଚନ ଆୟୋଗଙ୍କ ୱେବସାଇଟ www.nvsp.in କିମ୍ବା voter helpline ଲଗଅନ୍ କରି ନିଜର ନାମ ତନଖି ସହ ଫର୍ମ ଡାଉନଲୋଡ କରି ମଧ୍ୟ ଆବେଦନ କରିପାରିବେ। ସମସ୍ତ ଫର୍ମ ୱେବସାଇଟରେ ଉପଲବ୍ଧ ରହିଛି। କୋଭିଡ ପାଇଁ ଅନଲାଇନରେ ଆବେଦନକୁ ଅଧିକ ଗରୁତ୍ବ ଦିଆଯାଉଛି। ଯେଉଁମାନେ ଚାହିଁବେ ଘରେ ରହି ମଧ୍ୟ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ଚାରିଟି ସ୍ବତନ୍ତ୍ର ଅଭିଯାନ ଦିବସ ଚଳିତମାସ ୨୮ ଓ ୨୯ ତାରିଖ ଏବଂ ଡିସେମ୍ବର ୫ ଓ ୬ ତାରିଖକୁ ସ୍ଥିର କରାଯାଇଛି।
ଏହି ଦିନ ପ୍ରତି ଭୋଟ ଗ୍ରହଣ କେନ୍ଦ୍ରରେ ବୁଥସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ୟକ୍ରମ ତ୍ବରାନ୍ବୀତ କରିବେ। ଡିସେମ୍ବର ୧୫ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି। ଜାନୁଆରୀ ୫ ସୁଦ୍ଧା ଆପତ୍ତି ଅଭିଯୋଗର ସମାଧାନ କରାଯିବ। ୨୦୨୧ ଜାନୁଆରୀ ୧୫ ତାରିଖରେ ସଂଶୋଧିତ ଭୋଟର ପ୍ରକାଶ ପାଇବ। ଭୋଟର ତାଲିକାରେ ଫଟୋ ନଥିଲେ ବିଏଲ୍ଓଙ୍କୁ ଫଟୋ ଦେବା ପାଇଁ ଏହି ସମୟସୀମା ମଧ୍ୟରେ ଆପତ୍ତି, ଅଭିଯୋଗ ଓ ଦାବି ପାଇଁ ଆବେଦନ କରିପାରିବେ। ଯେଉଁମାନଙ୍କ ଭୋଟର ତାଲିକାରେ ସମସ୍ୟା ରହିଛି ସେମାନେ ଏହି ସଂଶୋଧନ କାର୍ଯ୍ୟରେ ସାମିଲ ହେବାକୁ ଭୁବନେଶ୍ବର ଉପ ଜିଲ୍ଲାପାଳ ଦେବବ୍ରତ ସାହୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/e3dbbf10-9360-4307-983e-9f3149672470.jpg)