ବ୍ଲକ ପ୍ରଶାସନର ନିବେଦନକୁ ଶୁଣିଲେନି ଦୁଇ ଗ୍ରାମବାସୀ, ପଡିଲା ନାହିଁ ଗୋଟିଏ ବି ଭୋଟ

ତେନ୍ତୁଳିଖୁଣ୍ଟି: ଆଜି ତେନ୍ତୁଳିଖୁଣ୍ଟି ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି | ତେବେ ସଦର ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ବରଡ଼ାଯୋଡି ଓ ଲଦିପଦର ଗ୍ରାମବାସୀ ରାସ୍ତା, ପାନୀୟଜଳ ଓ ବିଜୁଳି ବ୍ୟବସ୍ଥା ନେଇଁ ପ୍ରଶାସନକୁ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିବାବେଳେ ତାହା ଏବେ ବାସ୍ତବର ରୂପ ନେଇଛି | ବରଡ଼ାଯୋଡି ଗ୍ରାମରେ ପୁଲିଂ ଦଳ ପହଞ୍ଚି ମତଦାନ କେନ୍ଦ୍ର ସ୍ଥାପନ ହୋଇଥିଲେ ହେଁ ଦୁଇ ଗ୍ରାମବାସୀ ଭୋଟ ଦେବାକୁ ଆସିନାହାନ୍ତି |

ଗତକାଲି ସନ୍ଧ୍ୟାରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ବରଡ଼ାଯୋଡି ଗ୍ରାମକୁ ଯାଇ ଭୋଟ ଦେବା ନିମନ୍ତେ ଅନୁରୋଧ କରିବା ସତ୍ୱେ ଭୋଟ ଦେବାକୁ ସମ୍ପୃକ୍ତ ଦୁଇ ଗ୍ରାମବାସୀ ରୋକଠୋକ ମନା କରିଦେଇଛନ୍ତି |

ଦୁଇ ଗ୍ରାମକୁ ରାସ୍ତା, ପାନୀୟ ଜଳ ଓ ବିଜୁଳି ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଆମେ ଭୋଟ ଦେବୁନାହିଁ ବୋଲି ଉଭୟ ଗ୍ରାମବାସୀ ପ୍ରକାଶ କରିଛନ୍ତି | ରିପୋର୍ଟ ଲେଖା ହେବା ସୁଦ୍ଧା ବରଡ଼ାଯୋଡି ଓ ଲଦପଦର ଗ୍ରାମର କୌଣସି ଭୋଟର ମତଦାନ କେନ୍ଦ୍ରକୁ ଆସିନଥିବା ସୂଚନା ମିଳିଛି |

ସମ୍ବନ୍ଧିତ ଖବର