ବୁଥ ଭିତରେ ପଶିବାକୁ ଉଦ୍ୟମବେଳେ ସାରଦାଙ୍କୁ ବୁଥ ଭିତରୁ ଠେଲି ବାହାର କରିଦେଲେ ବସ୍ତିବାସିନ୍ଦା

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାର ଗୋପବନ୍ଧୁପାଲି ସରକାରୀ ପ୍ରାଥମିକ ସ୍କୁଲର ବୁଥ ନମ୍ବର ୯୨ ବୁଥ ଭିତରକୁ ରାଉରକେଲା ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ପଶିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା | ମତଦାତାମାନେ ସାରଦାଙ୍କୁ ବିରୋଧ କରିଥିଲେ | କାହିଁକି ବୁଥ ଭିତରକୁ ପଶିଲେ ବୋଲି ପ୍ରଶ୍ନ କରିଥିଲେ | ଯାହାକୁ ନେଇ ସାରଦାଙ୍କ ସମର୍ଥକ ଓ ସ୍ଥାନୀୟ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା | ବସ୍ତିବାସିନ୍ଦା ସାରଦାଙ୍କୁ ବୁଥ ଭିତରୁ ଠେଲି ବାହାର କରି ଦେଇଥିଲେ | ସାରଦା ନାୟକ ବିରୋଧୀ ନାରା ଦେଇଥିଲେ | ଉତ୍ତେଜନା ବଢ଼ିବାରୁ ଡ଼ିଏସପି, ପ୍ଲାଣ୍ଟସାଇଟ ପୁଲିସ ପହଂଚି ସାରଦାଙ୍କୁ ସେଠାରୁ ନେଇ ଯାଇଥିଲେ | ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି |

ସମ୍ବନ୍ଧିତ ଖବର