ବସ୍ତା ଓ ବାଲିଆପାଳର ୮୪୯ ବୁଥରେ ଚାଲିଛି ନିର୍ବାଚନ, ସୁରକ୍ଷା ଦୃଷ୍ଟିରୁ ୧୪ ପ୍ଲାଟୁନ ଫୋର୍ସ ମୁତୟନ

ଜଳେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ବାଲେଶ୍ଵର ଜିଲ୍ଲାର ସବୁଠାରୁ ସ୍ପର୍ଶକାତର ଓ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ବସ୍ତା ଓ ବାଲିଆପାଳ ବ୍ଲକର ୮୪୯ ଟି ବୁଥରେ ପୂର୍ବାହ୍ନ ୭ଟା ଠାରୁ ଆରମ୍ଭ ହୋଇଛି। ଏହି ଦୁଇ ବ୍ଲକରେ ମୋଟ ୩୧୦୫୦୧ ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ଦ୍ବାରା ୨୪୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି କୁହାଯାଇଛି। ବସ୍ତା ବ୍ଲକରେ ୪ଟି ଜିଲ୍ଲା ପରିଷଦ ଜୋନ ପାଇଁ, ୩୧ ଟି ପଞ୍ଚାୟତର ୩୧ ଟି ସରପଞ୍ଚ ପଦବୀ ଏବଂ ୩୧ ସମିତି ସଭ୍ୟ ପଦବୀ ଓ ୪୬୦ ଟି ଓ୍ବାର୍ଡ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଜିଲ୍ଲା ପରିଷଦରେ ୧୬ ଜଣ,ସରପଞ୍ଚରେ ୧୦୧ ଜଣ,ସମିତି ସଭ୍ୟ ରେ ୮୬ ଜଣ ଓ ୱାର୍ଡସଭ୍ୟରେ ୧୦୦୭ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି।

ସେହିପରି ବାଲିଆପାଳ ବ୍ଲକରେ ୪ ଟି ଜିଲ୍ଲା ପରିଷଦ ସଭ୍ୟ ପଦବୀ,୨୮ ଟି ପଞ୍ଚାୟତ ପାଇଁ ୨୮ ଟି ସରପଞ୍ଚ ପଦବୀ,୨୮ ଟି ସମିତି ସଭ୍ୟ ପଦବୀ ଓ ୩୮୯ ଟି ୱାର୍ଡସଭ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଦୁଇ ବ୍ଲକରେ ୧୩୨ ଟି ସମ୍ବଦନଶୀଳ ବୁଥ ରହିଥିବା ବେଳେ ଏସବୁ ବୁଥ ଗୁଡିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ବସ୍ତା ଏସଡିପିଓ ଜଳନ୍ଧର ଜାଲି ପ୍ରକାଶ କରିଛନ୍ତି।

ସୁରକ୍ଷା ଦୃଷ୍ଟିକୋଣରୁ ୧୦ ଟି ନାକା ପଏଣ୍ଟକୁ ସଶସ୍ତ୍ର ପୁଲିସ ବାହିନୀ ଜଗି ରହିଛି। ଦୁଇ ବ୍ଲକରେ ନିର୍ବାଚନ କାର୍ଯ୍ୟରେ ୭୧୭ ଜଣ ଗ୍ରାମରକ୍ଷୀ ଓ ହୋମଗାର୍ଡ,୧୩୨ ଜଣ ଓଆର କନେଷ୍ଟବଳ,୧୪ ପ୍ଲାଟୁନ ଫୋର୍ସ ଓ ୫୬ ଜଣ ଏସଆଇ ଏବଂ ଏଏସଆଇଙ୍କୁ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର