ଆଜି ଯାଜପୁରର ୨୪ଟି ବୁଥ୍‌ରେ ସାନି ମତଦାନ, ସୁରକ୍ଷା କଡାକଡି

ଯାଜପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ୍ ପେପର ଲୁଟ୍ ଘଟଣାରେ ବାତିଲ ହୋଇଥିବା ୨୪ଟି ବୁଥ୍‌ରେ ସାନି ମତଦାନ ହେଉଛି। ପ୍ରଥମ ପର୍ଯ୍ୟାୟ ମତଦାନ ଯାଜପୁର ଓ ଧର୍ମଶାଳା ବ୍ଲକ, ଦ୍ୱିତୀୟ ପର୍ଯ୍ୟାୟ ଦଶରଥପୁର, ବଡ଼ଚଣା, ତୃତୀୟ ପର୍ଯ୍ୟାୟ ବିଞ୍ଝାରପୁର ଓ କୋରେଇ ବ୍ଲକ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ବିଭିନ୍ନ ପଞ୍ଚାୟତରେ ମତଦାନ ଚାଲୁଥିବା ସମୟରେ ହିଂସାକାଣ୍ଡ, ବୁଥ୍ ଜବର ଦଖଲ, ବାଲାଟ ପେପର ଲୁଟ୍‌, ବାଲାଟ ବକ୍ସ ଲୁଟ୍ ଓ ପ୍ରିଜାଇଡିଂ ପୁଲିଂ ଅଫିସରଙ୍କୁ ମାଡ଼ ଏପରିକି ପୁଲିସଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଥିଲା ।

ଏହି ସବୁ ଅଞ୍ଚଳର ବୁଥ୍ ଗୁଡ଼ିକୁ ପୁନଃ ମତଦାନ ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ  ପ୍ରସ୍ତାବ ଯାଇଥିଲା ।  ତାହାକୁ ଆଧାର କରି ନିର୍ବାଚନ କମିଶନର ସାନି ମତଦାନ କରାଯାଉଛି। ସକାଳ ୯ଟାରୁ ଦିନ ୩ଟା ପର୍ଯ୍ୟନ୍ତ ମତଦାନ ସମୟ ପୂର୍ବ ପରି ଧାର୍ଯ୍ୟ କରାଯାଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତାୟନ କରାଯାଇଛି ।

ସମ୍ବନ୍ଧିତ ଖବର