କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାରେ ଦିନ ୩ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ମିଳିଛି। ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି । ବର୍ଷା ସତ୍ତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବର୍ଷାରେ ଭିଜି ଭୋଟର ଭୋଟ୍‌ ଦେବାକୁ ପୁଲିଂ ବୁଥରେ ପହଞ୍ଚିଥିଲେ। ତେବେ ଦିନ ୧ଟା ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଥିଲା।

Advertisment

publive-image

ବିଶେଷ କରି, ଯୁବ ଭୋଟରଙ୍କ ସହିତ ବରିଷ୍ଠ ନାଗରିକ ମଧ୍ୟ ମତଦାନ ପାଇଁ ପ୍ରବଳ ଆଗ୍ରହ ଦେଖାଇଛନ୍ତି । କିଛି ପୋଲିଂ ବୁଥରେ ଇଭିଏମରେ ସମସ୍ୟା କାରଣରୁ ମତଦାନ ବିଳମ୍ବ ହୋଇଥିଲା। ପାଟକୁରାର ୨୮୬ ଓ ୨୯୭ ନମ୍ବର ବୁଥରେ ଇଭିଏମ୍‌ ତ୍ରୁଟି ସଜାଡିବା ପରେ ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ।ମତଦାନ ପାଇଁ ବୁଥ୍‌ଗୁଡିକରେ ଭୋଟରଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି ।

ସେପଟେ ମତଦାନ କେନ୍ଦ୍ରକୁ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆସି ନିଜର ମତସାବ୍ୟସ୍ତ କରିଛନ୍ତି। ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ବିଜୟ ମହାପାତ୍ର ଭୋଟ ଦେଇଛନ୍ତି । ଏହାସହିତ ସେ କର୍ମୀଙ୍କ ସହ ବିଭିନ୍ନ ବୁଥକୁ ଯାଇ କିଭଳି ଭୋଟ ଗ୍ରହଣ ଚାଲିଛି ନେଇ ବୁଲି ଦେଖୁଛନ୍ତି । ସେହିପରି ବିଜେଡିର ହେଭିୱେଟ୍‌ ନେତା ଅତନୁ ସବ୍ୟସାଚୀ ନାୟକ ସାନ ଓଡଙ୍ଗାର ୨୩୦ ନମ୍ବର ପୁଲିଂ ବୁଥରେ ନିଜର ମତଦାନ କରିଥିଲେ।

publive-image

ପାଟକୁରା ନିର୍ବାଚନମଣ୍ଡଳୀର ୩୦୯ ଟି ବୁଥରେ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର କରିବେ। ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତିି । ଏଥର ପାଟକୁରା ମୈଦାନରେ ୧୦ଜଣ ପ୍ରାର୍ଥୀ ଅଛନ୍ତି। ହେଲେ ବିଜେଡିର ସାବିତ୍ରୀ ଦେବୀ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ।