ଜୟପୁର: କୋରାପୁଟ ଜିଲ୍ଲାପ୍ରଶାସନ ପକ୍ଷରୁ ଜୟପୁର ପୌରପାଳିକାର ସହଯୋଗରେ ନିର୍ବାଚନକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଜଣ ଚିତ୍ରକର ଭାଗ ନେଇ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଉପରେ ନିର୍ବାଚନର ସଚେତନତାକୁ ନେଇ ଚିତ୍ର ଆଙ୍କିଥିଲେ। ଏମାନଙ୍କ ମଧ୍ୟରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ରବିବାର ଦିନ ନିର୍ବାଚନକୁ ନେଇ ପୌରପାଳିକା ପକ୍ଷରୁ କରିବାକୁ ଥିବା ସଚେତନତା ସାଇକେଲଥାନରେ ପୁରସ୍କୃତ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି। ଜିଲ୍ଲାପରିଷଦର ଏପିଡି ହିମାଂଶୁ ଭୁଷଣ ଶତପଥୀ, ପୌରପାଳିକାର କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ, ପରିମଳ ପରାମର୍ଶଦାତା ରାଜ ଶେଖର ରାଓ, ସତ୍ୟନାରାୟଣ ପାତ୍ର ପ୍ରମୁଖ ଭାଗ ନେଇ ପରିଚାଳନା କରିଥିଲେ।
ପ୍ରଶାସନ ପକ୍ଷରୁ ନିର୍ବାଚନକୁ ନେଇ କାନ୍ଥରେ ଚିତ୍ର ଲିଖନ ପ୍ରତିଯୋଗିତା
/sambad/media/post_attachments/wp-content/uploads/2024/04/jpr-municipality-election-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)