୨ ୱାର୍ଡ‌ର ସଂପୂର୍ଣ୍ଣ ସଫେଇ କଲା ପୌରପ୍ରଶାସନ ଅଣ୍ଟାଭିଡ଼ିଲା

ଜୟପୁର: ସହରର ବିଭିନ୍ନ ୱାର୍ଡରେ ଏବେ ମାରଥାନ ଭାବେ ନାଳନର୍ଦ୍ଧମା ସଫେଇ, ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ପୌରପ୍ରଶାସନ ଅଣ୍ଟାଭିଡ଼ି ବାହାରିଛି। ଆଜି ଉପଜିଲ୍ଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ହେମକାନ୍ତ ସୟ, ପୌରସ୍ବାସ୍ଥ୍ୟ ଅଧିକାରୀ ଡଃ.ଅରୁଣ କୁମାର ପାଢ଼ୀଙ୍କ ତତ୍ବାବଧାନରେ ୱାର୍ଡ ନଂ ୨୬ଓ ୨୭ ନୂଆସାହିର ସଂପୁର୍ଣ୍ଣ ସଫେଇ କରାଯାଇଥିଲା। ନାଳନର୍ଦ୍ଧମାରୁ ମାଟି, ଆବର୍ଜନା ଆଦି ବାହାର କରାଯାଇ ମଶା ତେଲ, ବ୍ଲିଚିଙ୍ଗ ପାଉଡର ଆଦି ପକା ଯାଇଥିଲା।

Sambad

କିଛି ଲୋକେ ଘର କାମ ନାଁରେ ରାସ୍ତା ଉପରେ ମାଟି, ବାଲି, ପଥର, ବଜୁରୀ, ମେଟାଲ ଆଦି ପକାଇ ରଖିଥିବା ବି ଦେଖିଥିଲେ। ଆଗାମୀ ଦିନରେ ଏଭଳି ବ୍ୟକ୍ତିବିଶେଷଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି। ଏହି ସଫେଇ କାର୍ଯ୍ୟକ୍ରମରେ ପୌରପାଳିକାର ସମସ୍ତ ସଫେଇ କର୍ମଚାରୀ, ସୁପରଭାଇଜର ଜଗଦୀଶ ରାଓ, ଭୁବନ ହାଲୱା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୀତବାସ ବିଶ୍ବାଳ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର