ମାଲକାନଗିରି: ମାଲକାନଗିରି ଜିଲ୍ଲା ଉପକାରାଗାରର ମହିଳା ୱାର୍ଡର ରୀତା ମାଣ୍ଡିଆକୁ ଜେଲ ସୁପରିଟେଣ୍ଡେଣ୍ଟ ସଂଜୟ କୁମାର ବର୍ମା ନିଲମ୍ବିତ କରିଛନ୍ତି। ମହିଳା ୱାର୍ଡର ରୀତା କଏଦୀମାନଙ୍କୁ ନିୟମିତ ନିଶାଦ୍ରବ୍ୟ ଯୋଗାଇ ଆସୁଥିଲେ।ଲଗାତାର କଏଦୀମାନଙ୍କୁ କିଏ ନିଶାଦ୍ରବ୍ୟ ଯୋଗାଉଛି ସେନେଇ ଅଭିଯୋଗ ହେବା ପରେ ସୁପରିଟେଣ୍ଟେଣ୍ଟ ଏହାର ତଦନ୍ତ କରିଥିଲେ। ତେବେ ଏନେଇ ଯାଞ୍ଚ କରିବା ପରେ ରୀତାଙ୍କୁ ଧରିଥିଲେ।

Advertisment

ସେ କଏଦୀମାନଙ୍କଠାରୁ ଟଙ୍କା ନେଇ ନିୟମିତ ନିଶାଦ୍ରବ୍ୟ ଯୋଗାଉଥିଲେ। ଯାଞ୍ଚରେ ଧରାପଡିବା ପରେ ରୀତାକୁ ତୁରନ୍ତ ସୁପରିଟେଣ୍ଡେଣ୍ଟ ଶ୍ରୀ ବର୍ମା ନିଲମ୍ବିତ କରିଥିଲେ। ଏନେଇ ସୁପରିଟେଣ୍ଡେଣ୍ଟ ସଂଜୟ ବର୍ମାଙ୍କୁ ପଚାରିବାରୁ ସେ ଏହାକୁ ସ୍ବୀକାର କରିବା ସହ ରୀତାକୁ ନିଲମ୍ବିତ କରାଯାଇଥିବା କହିଥିଲେ। କଏଦୀଙ୍କୁ ନିଶାଦ୍ରବ୍ୟ ଦେବାର କୌଣସି ନିୟମ ନଥିବା ବେଳେ ଏହାର ଖିଲାପ କରି ରୀତା ନିଲମ୍ବିତ ହୋଇଥିବା ସେ କହିଥିଲେ।