୨ଫେରାର  ୱାରେଣ୍ଟି ଗିରଫ

ଜୟପୁର: ଦୁଇଟି ପୃଥକ ମାମଲାର ଜାମିନବିହୀନ ଗିରଫ ପାରୱାନା ୱାରେଣ୍ଟିଙ୍କୁ ଜୟପୁର ଟାଉନ ଥାନା ପୁଲିସ କୋର୍ଟ ଚାଳାଣ କରିଛି। ଦୁଇ ଅଭିଯୁକ୍ତ ହେଲେ ଡଙ୍ଗାଗୁଡାଗାଁର ପଵନ‌ ଗରଡା ଓ ରୋମିଓ ବାଘ। ଉଭୟଙ୍କ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଥାନା ଅଧିକାରୀ ସମ୍ବିତ ବେହେରା ଏହି ସୂଚନା ଦେଇଛନ୍ତି।

ରୋମିଓ  ଦଙ୍ଗା ଓ ପଵନ ଅବକାରୀ ମାମଲାର ଅଭିଯୁକ୍ତ ଥିଲା। ଅଭିଯୋଗ ପରେ ଉଭୟ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର