ସୋର: ଯାତ୍ରା ଦେଖିବାକୁ ଯିବା ହେଲା କାଳ । ଘରେ କେହି ନଥିବାର ସୁଯୋଗ ଦେଖି ଲୁଟେରା କଳାକନା ବୁଲାଇଛନ୍ତି। ବାଲେଶ୍ବର ଜିଲ୍ଲା ସୋର ପୌରପାଳିକାର ଗୋଟିଏ ଗାଁର ଚାରୋଟି ଘରୁ ସିରିଜ ଚୋରି ହୋଇଥିବା ଜଣାପଡିଛି।
ତୁଣ୍ଡପଡା ଗ୍ରାମର ସଞ୍ଜୟ ନାୟକ,ମାର୍କଣ୍ଡ ନାୟକ,ଧୀରେନ ଦାସ ଓ ମନ୍ମଥ ନାୟକଙ୍କ ପରିବାର ନିକଟରେ ପଡିଥିବା ଯାତ୍ରା ଦେଖିବାକୁ ଯାଇଥିଲେ।
ଅଧିକ ପଢ଼ନ୍ତୁ: ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ପରେ ବାତିଲ୍ ହେଲା ଭିଭିଆଇପି ପାସ
ରାତିଅଧରେ କବାଟ ଭାଙ୍ଗି ୧୦ରୁ ଅଧିକ ଲୁଟେରା ଘରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଥିଲେ। ଯାତ୍ରାରୁ ଫେରି ପରିବାର ଲୋକେ ଏ ବାବଦରେ ଜାଣିଥିଲେ।
ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଲୁଟ୍ ସମୟର ଦୃଶ୍ୟ କଏଦ ହୋଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ଖୋଳତାଡ଼ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: କାହିଁକି ହେଲା ଦଳାଚକଟା: ସଙ୍ଗମ୍ ସ୍ଥଳରେ ଏକାଠି ହୋଇଥିଲେ ୨୫ ଲକ୍ଷ ଲୋକ । ବାହାରିବାକୁ ବାଟ ନଥିଲା, ଭିଡର ଜୁଆର ଧକ୍କା ଦେଇଥିଲା...