ଏପ୍ରିଲ୍ ଓ ମେ’ରେ ଜଳସଂକଟ ଗୁରୁତର ହେବ: ବିଜୟ

‘ ୨୦୨୪ ନିର୍ବାଚନ ଭିନ୍ନ ଓ ନିର୍ଣ୍ଣାୟକ ହେବ’

ନିଶ୍ଚିନ୍ତକୋଇଲି/ ନେମାଳ : ଆସନ୍ତା ଏପ୍ରିଲ୍ ଓ ମେ’ ମାସରେ ଓଡ଼ିଶାରେ ଉତ୍କଟ ଜଳସଙ୍କଟ ସୃଷ୍ଟି ହେବ। ହୀରାକୁଦ ଜଳଭଣ୍ତାରରେ ଜଳସ୍ତର କମିବାରେ ଲାଗିଛି। ହୀରାକୁଦରୁ ଆସୁଥିବା ଜଳ ସଂରକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ସେପରି କିଛି ବ୍ୟବସ୍ଥା କରାଯାଇ ନାହିଁ। ଯାହାଫଳରେ, ଆଗାମୀ ଦିନରେ ଜଳ ସଂକଟ ଭୟଙ୍କର ଦେବ ବୋଲି ସେ କହିଥିଲେ। ଓଡ଼ିଶା ସରକାର ଏକ ନୂତନ ଜଳଭଣ୍ତାର ତିଆରି କରି ନଥିବାରୁ କିମ୍ବା ତଳମୁଣ୍ତରେ ଜଳ ସଂରକ୍ଷଣ ନିମନ୍ତେ କୌଣସି ପଦକ୍ଷେପ ନେଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେବବୋଲି ବିଜେପି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ବିଜୟ କୁମାର ମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି।

ଶ୍ରୀ ମହାପାତ୍ର ରବିବାର ଦିନ ଲୁଣା – ଚିତ୍ରୋତ୍ପଳା ଓ ମହାନଦୀ-ଚିତ୍ରୋତ୍ପଳା ଦ୍ବୀପାଞ୍ଚ‌ଳ ଗସ୍ତରେ ଆସିଥିଲେ। ନେମାଳଠାରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଦର୍ଶନ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ଏଥିସହିତ, ୨୦୨୪ ସାଧାରଣ ନିର୍ବାଚନ ଏକ ଭିନ୍ନ ଓ ନିର୍ଣ୍ଣାୟକ ନିର୍ବାଚନ ହେବ। ଏହି ଅବସରରେ ତାଙ୍କ ସହ ମାହାଙ୍ଗା ନିର୍ବାଚନମଣ୍ତଳୀ ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ଶ୍ରୀ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର