ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ତରଫରୁ ପାନୀୟ ଜଳ ସୁବିଧା

ଯୋଡା: ବଂଚିବା ପାଇଁ ପାନୀୟ ଜଳ ସବୁଠାରୁ ମୌଳିକ ଆବଶ୍ୟକତା ମଧ୍ୟରୁ ଅନ୍ୟତମ। ଯେ କୌଣସି ସମ୍ପ୍ରଦାୟକୁ ନିରାପଦ ପାନୀୟ ଜଳ ଯୋଗାଇବା ସର୍ବଦା ଏକ ଆହ୍ୱାନ ପୂର୍ଣ୍ଣ କାମ । ଏହି ସମସ୍ୟାର ସମାଧାନ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ନିରାପଦ ପାନୀୟ ଜଳ ଯୋଗାଇବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି। ଏହି ପରିପ୍ରେକ୍ଷୀରେ, ଟିଏସ୍ଏଫ୍ ଖଣ୍ଡବନ୍ଦ ଗ୍ରାମର ହେମ୍ବ୍ରମ ସାହି, ମାଜି ସାହି ଏବଂ ଗାଡି ସାହି ରେ ସୋଲାର ପାନୀୟ ଜଳ ପ୍ରଯୁକ୍ତି ଉପରେ ଆଧାରିତ ତିନୋଟି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛି |

ଟାଟା ଷ୍ଟିଲ ପ୍ରତି କୃତଜ୍ଞତା ଜଣାଇ ମାଝୀ ସାହିର ଦର୍ଷମ ଚମ୍ପିଆ କହିଛନ୍ତି କି ‘ପୂର୍ବେ ପାନୀୟ ଜଳ ପାଇଁ ସ୍ତ୍ରୀ ଲୋକ ମାନଙ୍କୁ ବହୁତ ବାଟ ଚାଲିବାକୁ ପଡୁଥିଲା ଏବଂ ପାଣି ଟ୍ୟାଙ୍କର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା ବେଳେ ବେଳେ ପାଣି ଟ୍ୟାଙ୍କର ବିଳମ୍ବରେ ଆସେ ଏବଂ ବେଳେ ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ୟାଙ୍କର ଦୁଇ-ତିନି ଦିନ ପର୍ଯ୍ୟନ୍ତ ଆସେନାହିଁ, ଫଳରେ ଲୋକ ମାନେ ବହୁତ ଅସୁବିଧା ର ସୁମୁଖୀନ ହୁଅନ୍ତି. କିନ୍ତୁ ବର୍ତମାନ ଆମେ ଠିକ ସମୟ ରେ ପାଣି ପାଉଛୁ ଏବଂ ସେଥି ପାଇଁ ସ୍ତ୍ରୀ ଲୋକ ମାନଙ୍କୁ ଜଙ୍ଗଲ ଭିତରେ ବହୁତ ବାଟ ମଧ୍ୟ ଚାଲିବାକୁ ପଡୁନାହିଁ ’।  ନିରାପଦ ପାଣି ଯୋଗାଇବା, ଉନ୍ନତ ମାନର ଶିକ୍ଷା ଯୋଗାଇବା ଏବଂ ଉନ୍ନତ ମାନର ଜୀବନ ଧାରଣା ପାଇଁ ପନ୍ଥା ସୃଷ୍ଟି କରିବା ପରି କାର୍ଯ୍ୟକ୍ରମ ମାଧ୍ୟମ ରେ ଟାଟା ଷ୍ଟିଲ ସଦା ସର୍ବଦା ଗୋଷ୍ଠୀ ଉନ୍ନତିକରଣ ଦିଗରେ ପ୍ରତିବଦ୍ଧ।

ସମ୍ବନ୍ଧିତ ଖବର