ବାଲେଶ୍ୱର: ସୋମବାର ଦୁଇ/ତିନି ଘଣ୍ଟା ଲଗାଣ ବର୍ଷା ହେତୁ ବାଲେଶ୍ୱର ଟାଉନ୍ ଜଳମଗ୍ନ ହୋଇଯାଇଛି। ବାଲେଶ୍ୱର ଟାଉନ୍ର ଗୋପାଳ ଗାଁ, ଆଜିମା ବାଦ, ତଳିଆ ଆଦି ଅଞ୍ଚଳରେ ବର୍ଷା ପାଣି ପଶି ଯାଇଛି। ଏଥିସହିତ ବାଲେଶ୍ୱର ହସ୍ପିଟାଲର ବିଭିନ୍ନ ବିଭାଗ ଯେମିତି କି ସର୍ଜରି ଓ ଡାଇରା ବିଭାଗରେ ମଧ୍ୟ ପାଇଖାନା ପାଣି ପଶି ଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ବାଲେଶ୍ୱରରେ ଲଗାଣ ବର୍ଷା ହେତୁ ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡରେ ପାଣି ପଶି ଯାଇଛି। ଏହି ପାଣି ହସ୍ପିଟାଲ ଚାରିପଟେ ଥିବା ନଳାରେ ବର୍ଷା ପାଣି ଭର୍ତ୍ତି ହୋଇଯିବା ହେତୁ ପସି ଆସିଥିବା କୁହାଯାଉଛି। ତେବେ ଏହି ପାଣି ପାଇଖାନା ନାଳରୁ ଆସିଥିବା ସ୍ଥାନୀୟଲୋକ କହିଛନ୍ତି। ହସ୍ପିଟାଲ ଭିତରେ ଏଭଳି ପାଣି ପଶିଯିବା ହେତୁ ରୋଗୀ ଓ ସେମାନଙ୍କ ପରିବାରଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଆହୁରି ଅନେକ ଲୋକ ଏଭଳି ପରିସ୍ଥିତରେ ସେମାନଙ୍କ ରୋଗୀଙ୍କ ଚିକିତ୍ସା ପୂରା ନକରି ପାଣି ଘେର ଭିତରୁ ଘରକୁ ନେଇଯିବା ପାଇଁ ସ୍ଥିର କରିଥିଲେ। ମେଡିକାଲ କଲେଜର ହସ୍ପିଟାଲରେ ଏଭଳି ଅସୁବିଧା ଦେଖା ଦେଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷତା ଦେଖା ଦେଇଛି।