ବର୍ଷାରେ ଫୁଲ ହେବାରେ ଲାଗିଛି ଜଳ ଭଣ୍ଡାର, ଡ଼ହ ଜଳଭଣ୍ଡାରରୁ ଛଡା ଗଲା ପାଣି

ଭଞ୍ଜନଗର: ଲଗାଣ ବର୍ଷା ପରେ ମଧ୍ୟ ନିୟମିତ ବର୍ଷା ଲାଗି ରହିଥିବାରୁ ଜଳଭଣ୍ଡାର ଗୁଡ଼ିକ ଭରି ହେବାରେ ଲାଗିଛି। ବିଶେଷ କରି ଡହ ଜଳଭଣ୍ଡାର ପୂର୍ଣ୍ଣ ହୋଇ ପଡ଼ିଥିବାରୁ ଆଜି ଜଳଭଣ୍ଡାରରୁ ଦୁଇଟି କେନାଲ୍ ଦେଇ ପାଣି ନିଷ୍କାସନ କରାଯାଇଛି। ଭଞ୍ଜନଗର ଜଳସେଚନ ଡ଼ିଭାଜନ ଅଧୀନରେ ଥିବା ଡହ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୧୯୫ ହେକ୍ଟୋମିଟର ରହିଥିବା ବେଳେ ଆଜି ଏଠାରେ ୨୦୯୧.୬୩ ହେକ୍ଟୋମିଟର ଅର୍ଥାତ୍ ୯୪.୦୮ ପ୍ରତିଶତ ପାଣି ଭରି ରହଥିବା ରେର୍କଡ କରାଯାଇଛି। ଏଣୁ ଜଳଭଣ୍ଡାରର ସୁରକ୍ଷା ପାଇଁ ବାମ କେନାଲ ଦ୍ବାରା ୧.୭୨ କ୍ୟୁସେକ୍‌ ଏବଂ ଡାହାଣ କେନାଲ୍ ଦେଇ ୫.୧୪ କ୍ୟୁସେକ୍‌ ପାଣି ନିଷ୍କାସନ କରାଯାଉଛି।

ନିୟମିତ ବ୍ୟବଧାନରେ ବର୍ଷା ହେଉଥିବାରୁ ଏଭଳି ପାଣି ନିଷ୍କାସନ ମଧ୍ୟ ଜାରି ରହିବ ବୋଲି ଜଣାପଡିଛି। ଏହି ଜଳଭଣ୍ଡାର ଗତ ମାସରେ ନିଅଣ୍ଟିଆ ବର୍ଷା ପାଇଁ ସଂପୂର୍ଣ୍ଣ ଶୁଷ୍କ ହୋଇପଡି ଟାଙ୍ଗରା ଭୂଇଁ ପାଲଟିଥିଲା। ଗଲା ଲଘୁଚାପ ଫଳରେ ଜଳଭଣ୍ଡାର ଭର୍ତ୍ତି ହେବା ସହ ବର୍ତ୍ତମାନ ଶତପ୍ରତିଶତ ପାଣି ପୂର୍ଣ୍ଣ ହେବାକୁ ଥିବାରୁ ଜଳସେଚନ ବିଭାଗ ପକ୍ଷରୁ ପାଣି ନିଷ୍କାସନ କରିବା ପରିସ୍ଥିତି ସୃଷ୍ଟି ସମସ୍ତଙ୍କୁ ବିସ୍ମିତ କରିବାକୁ ଲାଗିଛି।

ସମ୍ବନ୍ଧିତ ଖବର