ସମ୍ବଲପୁର: ସମ୍ବଲପୁର ସହରରେ ଥିବା ଏକ ପେଟ୍ରୋଲ୍‌ ପମ୍ପରୁ ପାଣି ବାହାରୁଛି। କୁନା ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକ୍‌ରେ ପେଟ୍ରୋଲ ପକାଇଥିଲେ। ପେଟ୍ରୋଲ ପକାଇ କିଛି ବାଟ ଯିବା ପରେ ତାଙ୍କ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ଯେତେ ଚେଷ୍ଟା କଲେ ବି ଷ୍ଟାର୍ଟ୍‌ ହୋଇ ନଥିଲା।

Advertisment

ପରେ ସେ ଏକ ଗ୍ୟାରେଜ୍‌ରେ ଦେଖାଇଥିଲେ। ସେ ପେଟ୍ରୋଲ୍‌ ବାହାର କରିବାରୁ ସେଥିରୁ ଅଧା ପାଣି ବାହାରିଥିଲା। ପରେ ସେ ପେଟ୍ରୋଲ ପମ୍ପକୁ ଯାଇ ଏ ବିଷୟରେ ଜଣାଇଥିଲେ। କିନ୍ତୁ ପେଟ୍ରୋଲ୍‌ ପମ୍ପ କର୍ତ୍ତୃପକ୍ଷ ପାଣି ବାହାରୁ ନଥିବା ତାଙ୍କୁ କହିଥିଲେ।