କେନ୍ଦ୍ରାପଡ଼ାରେ ବର୍ଷା ବିଭୀଷିକା ନେଲାଣି ତିନି ଜୀବନ; ଆବାସ କାହା ପାଇଁ?

କେନ୍ଦ୍ରାପଡ଼ା: ଲଘୁଚାପଜନିତ ଲଗାଣ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଳାରେ ଲୋକଙ୍କୁ ଅସରନ୍ତି ଦୁଃଖ ଦେଇଛି। ଗୋଟିଏପଟେ ଏବେବି ଅନେକ ଅ˚ଚଳ ପାଣି ଘେରରେ ଥିବା ବେଳେ ଅନ୍ୟପଟେ ଲୋକଙ୍କ ମୃତ୍ୟୁସ˚ଖ୍ୟା ବି ତାଳ ଦେଇ ବଢ଼ିବାରେ ଲାଗିଛି। ଗତକାଲି ପରି ଆଜି ଆଉ ଜଣଙ୍କର କାନ୍ଥ ପଡ଼ି ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଜଣକ ହେଉଛନ୍ତି ନିକିରାଇ ଥାନା କୋର ଗ୍ରାମର କମଳା ନାୟକ(୭୬)। ଏହାକୁ ମିଶାଇ ଗତ ଦୁଇ ଦିନ ଭିତରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଲୋକଙ୍କ ଛପର ଘର ବର୍ଷା ଯୋଗୁ ଭା˚ଗି ଯାଇଛି। ବର୍ଷା ପ୍ରଭାବିତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସରକାର ନିର୍ଦେଶ ଦେଇଥିବାରୁ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଚାଲିଛି। ହେଲେ ପ୍ରଶ୍ନ ଉଠୁଛି ଯେ ଆବାସ ଯୋଜନାରେ ଗରିବଙ୍କୁ ପକ୍କା ଘର ଯୋଗାଇ ଦେଉଥିବାର ଡିଣ୍ତିମ ପିଟୁଥିବା ପ୍ରଶାସନ ଏହି ଅଭାବୀ ଗରିବ ପରିବାର ପାଖେ କିଭଳି ପହଞ୍ଚି ପାରିଲା ନାହିଁ? କାନ୍ଥ ପଡ଼ି ଅକାଳରେ ଏମାନଙ୍କ ମୃତ୍ୟୁ ଘଟିବା ପରେ ‘ଆବାସ’ କାହା ପାଇଁ ବୋଲି କେବଳ ପ୍ରଶ୍ନ ଉଠୁନି; ବର˚ ସରକାରଙ୍କ ଜନକଲ୍ୟାଣକାରୀ ବାସଗୃହ ଯୋଜନାକୁ ବିଦ୍ରୁପ କରୁଛି। ସୋମବାର ଭୀଷଣ ବର୍ଷାରେ କାନ୍ଥ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଉଛନ୍ତି ଡେରାବିଶ ବ୍ଳକ୍‌ ବେଣିପୁର ଗ୍ରାମ ଢିଅସାହିର ୬୨ବର୍ଷୀୟ ବୃଦ୍ଧା ନର୍ମଦା ପୃଷ୍ଟି ଏବ˚ ଗରଦପୁର ବ୍ଳକ୍‌ ବଡ଼ବେତରା ଗ୍ରାମର ୬୮ବର୍ଷୀୟ ବୃଦ୍ଧ ଅଭୟ ମହାପାତ୍ର। ଏମାନେ ରାତିରେ ଶୋଇଥିବା ବେଳେ ପ୍ରବଳ ବର୍ଷାରେ କାନ୍ଥ ପଡ଼ିଯିବାରୁ ଚାପି ହୋଇ ଏମାନଙ୍କ ମୃତ୍ୟୁ ଘଟିଥିଲା। ଆଜି ଅନୁରୂପ ଘଟଣା କେନ୍ଦ୍ରାପଡ଼ା ବ୍ଲକ୍‌ କୋର ଗ୍ରାମରେ ଦେଖିବାକୁ ମିଳିଛି। ବୃଦ୍ଧା କମଳା ମଧ୍ୟାହ୍ନଭୋଜନ ସାରି ଛପର ଘରେ ଶୋଇଥିଲେ। ହେଲେ ଦୁଇ ଦିନର ବର୍ଷା ପାଣିରେ ବତୁରି ଯାଇଥିବା ମାଟି କାନ୍ଥ ହଠାତ୍‌ ତାଙ୍କ ଉପରକୁ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେ କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ। ପରିବାର ଲୋକ ଯୁଦ୍ଧକାଳୀନ ଭିତ୍ତିରେ ମାଟି ହଟାଇ ବୃଦ୍ଧାଙ୍କ ବାହାରକୁ ଆଣିଲା ବେଳକୁ ଶ୍ବାସରୁଦ୍ଧ ହୋଇ କମଳାଙ୍କ ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ସ୍ବାମୀ ଜଗବ˚ଧୁ ନାୟକଙ୍କ ମୃତ୍ୟୁ ପ୍ରାୟ ୧୫ବର୍ଷ ତଳୁ ହୋଇଛି।

ପୁଅ କଲିକତାର ଏକ ଘରୋଇ କ˚ପାନିରେ ଚାକିରି କରନ୍ତି। ଏଠାରେ ବୋହୂ, ନାତି ସହିତ କମଳା ରହୁଥିଲେ। ମାଟି କାନ୍ଥ ଏବ˚ ଉପରେ ଆଜବେଷ୍ଟସ ଦସ୍ତା ପଡ଼ିଥିଲା। ବର୍ଷାରେ କାନ୍ଥ ଭେଦି ଭା˚ଗିଯିବାରୁ କମଳାଙ୍କ ଜୀବନ ଚାଲିଗଲା। ଅନୁରୂପ ଅବସ୍ଥା ମୃତ ଅଭୟଙ୍କର ବି ହୋଇଛି। ଭାଇ ମାନଙ୍କଠୁ ଅଲଗା ହେବା ପରେ ପରିବାର ସହିତ ଏକ ଛପର ଘରେ ରହି ଆସୁଥିଲେ। ପୁଅ ଟ୍ରାକ୍ଟର‌୍‌ ଚାଳକ ଭାବେ କାମ କରନ୍ତି। ଦୁଇ ଝିଅ ବିବାହିତ। ଅଭାବୀ ପରିବାର ଲୋକ କୋଠାଘର କରିପାରୁ ନ ଥିଲେ। ହେଲେ ଗତକାଲି ତାଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିବା ପରେ ପରିବାର ଲୋକ ସ˚ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି। ସେହିପରି ବେଣିପୁରର ବୃଦ୍ଧା ନର୍ମଦାଙ୍କ ଦୁଇ ପୁଅକୁ ଘର ମିଳିଛି। ହେଲେ ଦୁଇ ଭାଇ ଅଲଗା ହେଇଯାଇଥିବାରୁ ବୃଦ୍ଧା ଛପର ଘରେ ରହୁଥିଲେ। ପାଳିକରି ଦୁଇ ପୁଅଙ୍କ ପାଖେ ମାସେ ମାସେ କରି ଖାଉଥିଲେ। ଏ ସବୁ ଭିତରେ ଯେଉଁ ମୌଳିକ ପ୍ରଶ୍ନଟି ସମସ୍ତଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ଅଯୋଗ୍ୟଙ୍କୁ ଘର ମିଳୁଥିବା ବେଳେ ଯୋଗ୍ୟ କିଭଳି ବ˚ଚିତ ହେଉଛନ୍ତି? ଗୋଟିଏପଟେ ଥିଲାବାଲା ଦୁଇ ମହଲା କୋଠା, ଚାରିଚକିଆ ଗାଡ଼ି ଥିବା ଲୋକଙ୍କୁ ଆବାସରେ ଘର ମିଳୁଥିବାର ଅନେକ ଉଦାହରଣ ଥିବା ବେଳେ ମୃତ କମଳା, ଅଭୟଙ୍କ ପରି ଯୋଗ୍ୟ ହିତାଧିକାରୀ ଅପେକ୍ଷା କରି କରି ଜୀବନ ଯାଉଛି ପଛେ ଘର ଖଣ୍ତେ ମିଳିପାରୁନାହିଁ।

ଏହିପରି ପ୍ରକୃତ ଗରିବଙ୍କ ପାଇଁ ଯୋଜନା ଅପହଞ୍ଚ ହୋଇ ରହିବା ସୂଚାଇ ଦେଉଛି ଯେ ସରକାରଙ୍କ ଯୋଜନା ବାସ୍ତବରେ କିଭଳି କାର୍ଯ୍ୟକାରୀ କରୁଛି। ତେଣେ ପ୍ରଶାସନ ପକ୍ଷରୁ ବି ସରକାରଙ୍କ ନିର୍ଦେଶ କ୍ରମେ ବର୍ଷା କ୍ଷୟକ୍ଷତିଜନିତ ପ୍ରାଥମିକ ରିପୋର୍ଟ ଗତକାଲି ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କୁ ଦିଆଯାଇଛି। ଜିଲ୍ଲାର ସେହିପରି ମହାକାଳପଡ଼ାର କୁନ୍ଦୁପୁର–ବାବର–ଜମ୍ଭୁ, ମାର୍ଶାଘାଇ–ଜମ୍ଭୁ, କଟକ–ଚାନ୍ଦବାଲି, କେନ୍ଦ୍ରାପଡ଼ା–ଗୋଲରହାଟ, କଟିକଟା–ଜୟପୁର ରାସ୍ତା ଏବ˚ ପାଇକା ବାମପାର୍ଶ୍ବ ନଦୀବ˚ଧରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ୧୫ଟି ଘରର ଆ˚ଶିକ ଏବ˚ ୨ଟି ଗୁହାଳ ଘର ଭା˚ଗିଥିବା ସହିତ ଅନେକ ସ୍ଥାନରେ ବିଜୁଳି ସ˚ଯୋଗ ବିଚ୍ଛିନ୍ନ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ଗତକାଲି ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କୁ ଦିଆଯାଇଥିବା ପ୍ରାଥମିକ କ୍ଷୟକ୍ଷତି ଆକଳନ ରିପୋର୍ଟ ଦିଆଯାଇଛି। ଏହି ଲଘୁଚାପଜନିତ ବର୍ଷା ଯୋଗୁ ଜିଲ୍ଳାର ୧୨୬ଟି ପ˚ଚାୟତର ୮୧୧ଟି ଗ୍ରାମ ଏବ˚ ଦୁଇଟି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ତାଇ ମ୍ୟୁନିସିପାଲିଟିର ୨୨ଟି ଵାର୍ଡର ସମୁଦାୟ ୭ଲକ୍ଷ ୭୯ହଜାର୨୪୧ ଲୋକ ପ୍ରଭାବିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ପ୍ରକୃତରେ କେତେ ଛପର ଘର ନଷ୍ଟ ହୋଇଛି, ତାର ଯା˚ଚ ଚାଲିଛି।

ସମ୍ବନ୍ଧିତ ଖବର