ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ହୋଇପାରୁ ନାହିଁ ଡାୟଲିସିସ, ରୋଗୀ ହନ୍ତସନ୍ତ

ମାଲକାନଗିରି: ଜଣେ ମଣିଷର କିଡନୀ ଖରାପ ହେଲେ ତାର ବଞ୍ଚିବା ପାଇଁ ଶେଷ ଚିକିତ୍ସା ହେଉଛି ଡାୟଲିସିସ। ଏଣୁ ଜଣେ କିଡନୀ ରୋଗି ବଞ୍ଚିବା ପାଇଁ ଯେଉଁ ହସ୍ପିଟାଲରେ ଡାୟଲିସିସ ସେଣ୍ଟର ଥାଏ କିଡିନି ରୋଗୀକୁ ଧରି ପରିବାର ଲୋକ ପହଞ୍ଚିଯାନ୍ତି ହସ୍ପିଟାଲରେ। ସେହିଭଳି ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଡାୟଲିସିସ ସେଣ୍ଟର ହେବା ପରେ ବହୁ କିଡନୀ ରୋଗି ଉପକୃତ ହେଉଛନ୍ତି। ହେଲେ ଆଜି ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ଘଟିଛି ଏକ ଅଭାବନିୟ ଘଟଣା। ହସ୍ପିଟାଲରେ ଡାୟଲିସିସ କରିବା ପାଇଁ ଆସିଥିବା ୮ଜଣ କିଡନୀ ରୋଗୀ ଡାୟଲିସିସ ନକରି ଘରକୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ପଚାରିବାରୁ ସେମାନେ କହିଥିଲେ ହସ୍ପିଟାଲରେ ପାଣି ନଥିବାରୁ ସେମାନଙ୍କ ଡାୟଲିସିସ ହୋଇପାରିବ ନାହିଁ କହି ଘରକୁ ପଠାଇ ଦେଇଛନ୍ତି ହସ୍ପିଟାଲ କତ୍ତୃପକ୍ଷ।

ଏନେଇ ହସ୍ପିଟାଲ ଡାୟଲିସିସ ସେଣ୍ଟର ମ୍ୟାନେଜରଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ସ୍ବିକାର କରିବା ସହ କହିଛନ୍ତି ହସ୍ପିଟାଲରେ କିଛିଦିନ ହବ ମରାମତି କାମ ଚାଲୁଥିବାରୁ ପାଣି ପାଇପ ଲାଇନ ଫାଟିଯାଇଛି। ଯାହାଫଳରେ ଜରୁରୀ ମୁତାବକ ପାଣି ମିଳିପାରୁନି ସେଥି ନିମନ୍ତେ ରୋଗୀମାନଙ୍କ ଡାୟଲିସିସ ହୋଇ ପାରୁନି ବୋଲି ସେ କହିଛନ୍ତି। ଏଥିନେଇ ସେ ହସ୍ପିଟାଲ ମ୍ୟାନେଜର, ଏଡିଏମଓ ହସ୍ପିଟାଲ ଓ ସିଡିଏମଓଙ୍କୁ ଜଣାଇଥିବା ଡାୟଲିସିସ ସେଣ୍ଟର ମ୍ୟାନେଜର କହିଛନ୍ତି।

ସମ୍ବନ୍ଧିତ ଖବର