ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ଅଞ୍ଚଳରେ ଦିନକୁ ଦିନ ପାଣି ସମସ୍ୟା ଉତ୍କଟ ରୂପ ନେଉଛି। ଆଗକୁ ଖରା ଦିନ ଆସୁଥିବା ବେଳେ ୧୧ପଞ୍ଚାୟତରେ ଉତ୍କଟ ହେଲାଣି ପାଣି ସମସ୍ୟା। ଏଠାରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସ୍ତାଣୁ ପାଲଟି ଯାଇଛନ୍ତି। ନା ଯନ୍ତ୍ରୀ ନା ସହକାରୀ ଯନ୍ତ୍ରୀ କାହାର ବି ଦେଖା ମିଳୁନି। ଲୋକେ ବ୍ଲକ କାର୍ଯ୍ୟାଳୟଠାରୁ ଆରମ୍ଭ କରି ସବୁ ସ୍ଥାନକୁ ଯାଇ ପାଣି ସମସ୍ୟା ନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରୁଛନ୍ତି। ବିଶୁଦ୍ଧ ପାଣି ନପାଇ ଶେଷରେ ଚୁଆଁ, ପୋଖରୀ, ନାଳ ଉପରେ ନିର୍ଭର କରି ଲୋକେ ରୋଗ ଗ୍ରସ୍ତ ହେଉଛନ୍ତି। ଏଭଳି ବହୁ ଗାଁ ରହିଥିବା ବେଳେ ତୁମୁଡିବନ୍ଧ ପଞ୍ଚାୟତର ଅଧିନରେ ରହିଥିବା ଡଡ଼ଙ୍ଗ ଗାଁ ଲୋକ ଏଭଳି ପାଣି ନ ପାଇ ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ଗାଁରେ ସୌରଚାଳିତ ଜଳଯୋଗାଣ ଯୋଜନାରେ ଏକ ପ୍ରକଳ୍ପ ହେଇଥିବା ବେଳେ ବର୍ଷ ବର୍ଷ ହେଲାଣି ତାହା ଅଚଳ ହୋଇ ପଡ଼ିଛି। ଏ ବିଷୟରେ ଜାଣି ମଧ୍ୟ ତାହାକୁ ସଜାଡ଼ିବାକୁ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁରେ ୩୦ଆଦିବାସୀ ପରିବାର ରହୁଥିବା ବେଳେ ଗାଁରେ ଦୁଇଟି ନଳକୂପ ଖୋଳାଯାଇଛି। କିନ୍ତୁ ଗୋଟିଏ ହିଁ ବ୍ୟବହାର ଯୋଗ୍ୟ ଥିବା ବେଳେ ଅନ୍ୟଟି ଦୀର୍ଘ ଦିନ ହେଲା ଅକାମୀ ହୋଇ ପଡ଼ିଥିଲେ ମଧ୍ୟ ତାକୁ ସଜଡ଼ା ଯାଉନାହିଁ। ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଲି ନଥିବା କହିଛନ୍ତି ଗ୍ରାମବାସୀ। ଏଭଳି ସ୍ଥିତିରେ ଲୋକେ କେବେ ସରକାରଙ୍କ ପାନୀୟ ପ୍ରକଳ୍ପର ସୁବିଧା ପାଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-12.jpg)