ଜୟପୁର: ଧରା ଶ୍ରାବଣ ଗଲା। ଭାଦ୍ରବ ଯାଇ ଶେଷ ହେବାକୁ ବସିଲାଣି ଆଶ୍ବିନ ମାସ। କୋରାପୁଟ ଜିଲ୍ଲା ଜୟପୁରରେ ପୂର୍ବ ପରି ବର୍ଷା ନ ଥିବାବେଳେ ମଝିରେ ମଝିରେ ଅସରାଏ କି ଦୁଇ ଅସରା ବର୍ଷା ହୋଇ ଛାଡି ଯାଉଛି। ଦେଖିବାକୁ ମିଳୁନି କୋରାପୁଟିଆ ଲଗାଣ ବର୍ଷା। ଫଳସ୍ବରୂପ ଶୁଖିଲା ପଡିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ରହିଥିବା ସତୀଗୁଡା ଜଳଭଣ୍ଡାର। ବର୍ଷା ନ ଥିବାରୁ କୋଲାବ ଜଳଭଣ୍ଡାରରେ ଜଳଭଣ୍ଡାର ଭର୍ତି ହୋଇ ନ ଥିବାରୁ ଏହି ଡ୍ୟାମରେ ମଧ୍ୟ ଜଳକୁ ତିନିଦିନ ହେବ ଶୁଖିଲା ରହିଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ କୋଲାବ ଜଳଭଣ୍ଡାରରେ ପ୍ରାୟ ୨୦ ଫୁଟର କମ ପାଣି ରହିଛି। ଏବେ ୮୦ ମେଗାୱାଟର ବିଦ୍ୟୁତ ଉତ୍ପାଦନ ହେଉଥିବାବେଳେ ଚାହିଦା ନ ଥିବାରୁ ତିନିଦିନ ହେଲା ୨୫ରୁ ୩୦ ମେଗାୱାଟର ବିଦ୍ୟୁତ କମ୍ ଉତ୍ପାଦନ କରାଯାଉଛି। ସେହିତୁଳନାରେ ହ୍ରାସ ପାଇଛି ଜଳ ଯୋଗାଣ। ୮୦ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ହେଲେ ୪୬ କ୍ୟୁସେକ ମିଟର ଜଳ ସତିଗୁଡା ଡ୍ୟାମକୁ ଆସିଥାଏ। ଏବେ ତିନିଦିନ ହେଲା ୨୫ରୁ ୩୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାବେଳେ ସେହିତୁଳନାରେ ସତିଗୁଡାକୁ ଜଳ ଆସୁ ନଥିବା ଜଣାପଡିଛି।
କୋଲାବ ଜଳଭଣ୍ଡାର ଉପର ଭାଗ ନନ୍ଦପୁର, ସେମିଳିଗୁଡା, ସୁନାବେଡା, କୋରାପୁଟ ଓ ଲମତାପୁଟ ଅଂଚଳରେ କମ ବର୍ଷା ହୋଇଥିବାରୁ ଏହା ଭର୍ତି ହୋଇନ ଥିବାବେଳେ। ଆଜି ସୁଦ୍ଧା ଏଠାରେ ଜଳସ୍ତର ୮୫୧.୨୯ ମିଟର ରହିଛି। ଏହି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୮୫୮ ମିଟର ରହିଥିଲାବେଳେଏହା ବଳବତ୍ତର ରହିଛି। ଅପରପକ୍ଷରେ ଗତବର୍ଷ ଆଜିର ତାରିଖରେ ଏଠାରେ ଜଳସ୍ତର ୮୫୫.୪୬ ମିଟର ରହିଥିଲା। ଅର୍ଥାତ ଚଳିତବର୍ଷ ପ୍ରାୟ ସାଢେ ୩ ମିଟର କମ ପାଣି ରହିଛି। କୋଲାବରେ ଗତବର୍ଷ ତୁଳନାରେ ପ୍ରାୟ ସାଢେ ୩ ମିଟର ରହିଥିବାବେଳେ ଜଳ ଭଣ୍ଡାର ଭର୍ତି ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜଳଭଣ୍ଡାର ଭର୍ତି ନ ହେଲେ ବିଜୁଳି ଉତ୍ପାଦନ ଉପରେ ଗୁରୁତର ପ୍ରଭାବ ପକାଇବ। ସେହିପରି ରବି ଋତୁରେ ଚାଷ ହୋଇ ପାରିବନି। ତେବେ ସବୁଠାରୁ ଅଧିକ ଉଦେବଗ ରହିଛି କୋଲାବ ଜଳଭଣ୍ଡାରକୁ ନେଇ। କୋଲାବ ଜଳଭଣ୍ଡାର ଉପରେ ଜୟପୁର, ବୋରିଗୁମ୍ମା ଓ କୋଟପାଡର ଚାଷୀମାନେ ନିର୍ଭର କରୁଥିଲାବେଳେ ଏହା ସେମାନଙ୍କୁ ସମସ୍ୟାରେ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପୁଣି କୋରାପୁଟର ଏକ ପ୍ରକାର ଜୀବନରେଖା ପାଲଟିଥିବା କୋଲାବ ଜଳଭଣ୍ଡାର ଉପରେ କୋରାପୁଟ, ଜୟପୁର, ସୁନାବେଡା, ସେମିଳିଗୁଡା, ଦାମନଯୋଡି ଆଦି ସହର ପାନୀୟ ଜଳ ଉପରେ ନିର୍ଭର କରିଥାନ୍ତି। ଏହା ଭର୍ତ୍ତି ନ ହେଲେ ପାନୀୟ ଜଳ ଯୋଗାଣ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ। ଏପଟେ ବିଦ୍ୟୁତ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
/sambad/media/post_attachments/wp-content/uploads/2020/09/kpt.jpg)
ମିଳିଥିବା ସୂଚନା ମୁତାବକ ଗତ ତିନିଦିନ ହେବ ଓଏଚପିସି ପକ୍ଷରୁ ବାରିଣିପୁଟ କେନ୍ଦ୍ରରୁ ୮୦ ମେଗାୱାଟ ବିଦ୍ୟୁତ ଉତ୍ପାଦନକୁ ହ୍ରାସ କରାଯାଇ ୬୦ରୁ ୪୦ ମଧ୍ୟରେ ରଖାଯାଇଛି। ସେହିତୁଳନାରେ ଜଳ ମଧ୍ୟ ସତିଗୁଡାକୁ କମ ଛଡାଯାଉଛି। ତେଣୁ ଶୁଖିଲା ପଡିଛି ସତିଗୁଡା ଜଳଭଣ୍ଡାର।
ଏନେଇ ବିଦ୍ୟୁତ ସଂଞ୍ଚଳନ ବିଭାଗର ୟୁନିଟ ମୁଖ୍ୟ ବି.କେ ପାତ୍ର କହିଛନ୍ତି ଯେ ଗତବର୍ଷ ତୁଳାନାରେ କୋଲାବ ଜଳଭଣ୍ଡାରରେ ଜଳ କମ ରହିଛି। ଜଳସେଚନ ବିଭାଗ ସହ ଆଲୋଚନା କରାଯିବା ପରେ ବର୍ଷକ ଯାକ ପାଇଁ ଜଳ ରଖାଯାଇ ବିଦ୍ୟୁତ ଉତ୍ପାଦନ କରାଯାଉଛି। ପୂର୍ବରୁ ୮୦ ମେଗାୱାଟର ବିଦ୍ୟୁତ ଉପତ୍ପାଦନ କରାଯାଉଥିଲା ଏବେ ଏହା ୬୦ରୁ ୪୦ ମଧ୍ୟରେ ରଖାଯାଉଛି। ତେଣୁ ଏହି ସତିଗୁଡା ଡ୍ୟାମରେ ଜଳ ଗଚ୍ଛିତ ରଖାଯାଇନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/IMG-20200923-WA0006.jpg)