ରେଙ୍ଗାଳି ଭଏରପୁର ଶାଖା କେନାଲରେ ୩୦ ଫୁଟର ଘାଇ, ଶହ ଶହ ଏକର ଚାଷଜମି ଜଳମଗ୍ନ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାନ୍ତାରାପୁରଠାରେ ରେଙ୍ଗାଳି ଭଏରପୁର ଶାଖା କେନାଲରେ ୩୦ଫୁଟର ଘାଇ ସୃଷ୍ଟି ହୋଇଛି l ଆଉ ଘାଇ ସୃଷ୍ଟି ହେବା ପରେ ଶହ ଶହ ଚାଷଜମି ଜଳମଗ୍ନ ହୋଇଛି l ସୂଚନା ଅନୁସାରେ ସାନ୍ତାରାପୁର ଅନ୍ତଗାଡ଼ିଆ ନିକଟରେ କେନାଲରେ ଆଜି ସକାଳୁ ଘାଇ ସୃଷ୍ଟି ହୋଇଛି l ଫଳରେ ପାଖରେ ଥିବା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି l

କାମାକ୍ଷାନଗର ଉପଖଣ୍ଡରେ ରେଙ୍ଗାଳି କେନାଲର ବିଭିନ୍ନ ସ୍ଥାନରେ ବାରମ୍ବାର ଘାଇ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ଅଣଦେଖା କରି ଆସୁଛନ୍ତି l ଫଳରେ କେନାଲ ନିକଟରେ ଥିବା ଚାଷଜମି ଓ ଗ୍ରାମଗୁଡିକରେ ଅନେକ ସମୟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଛି l

ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁନାହିଁ l ତେଣୁ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି l

ସମ୍ବନ୍ଧିତ ଖବର