ଉତ୍କଟ ପା‌ନୀୟ ଜଳ ସମସ୍ୟା

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମୋହନପଡା ବାସୀ 

କୋରାପୁଟ: କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ମୋହନପଡା ଗାଁର ଅଧିବାସୀ ପିଇବାପାଣି ସମସ୍ୟା ନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ୩୬୪ଘର ରହୁଥିବା ବେଳେ ପିଇବା ପାଣି ପାଇଁ ମାତ୍ର ୪ଟି ନଳକୂପ ଅଛି । ମାତ୍ର ଦଃଖର ବିଷୟ ୩ନଳକୂପ ଅଚଳ ହୋଇଯାଇଥିବା ବେଳେ ମାତ୍ର ଗୋଟିଏ ନଳକୂପରୁ ପାଣି ବାହାରୁଛି । ଗାଁରେ ଥିବା ହରିଜନ ସାହିରେ ଆଦୌ କୌଣସି ନଳକୂପ ବ୍ୟବସ୍ଥା ନାହିଁ ।

ତେଣୁ ଗ୍ରାମର ଲୋକମାନେ ପିଇବା ପାଣି ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି । ବର୍ତମାନ ସମୟରେ ଚୁଆରେ ପାଣି କମ ଥିବା ସେଥିରେ ପୋକ ଭାସୁଛନ୍ତି । ତେଣୁ ଗ୍ରାମର ଲୋକମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରଶାସନ ତରଫରୁ ସେହି ଗ୍ରାମରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହୋଇଥିଲେ ମଧ୍ୟ ତାହା ବର୍ତମାନ କାର୍ଯ୍ୟକ୍ଷମ ହୋଇନାହିଁ । ଆଜି ଗ୍ରାମର ଶତାଧିକ ପୁରୁଷ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ କୋରାପୁଟର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଦେବେନ କୁମାର ପ୍ରଧାନ ଲୋକମାନଙ୍କୁ ଯଥାଶିଘ୍ର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହି ଲୋକମାନେ କୋରାପୁଟ ବିଧାୟକଙ୍କୁ ଭେଟିଥିବା ବେଳେ ବିଧାୟକ ଶ୍ରୀ ପଡାଲ ଯଥାଶିଘ୍ର ଗ୍ରାମର ପାନୀୟ ଜଳ ସମସ୍ୟା ଦୂରୀଭୂତ ହେବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର