ପାଣି ପାଇଁ ୩ ସାହିବାସୀ ହନ୍ତସନ୍ତ, ମରାମତି ଚାଲିଛି ଦିନକରେ ଯୋଗାଇବୁ କହିଲା ଜନସ୍ବାସ୍ଥ୍ୟ ବିଭାଗ

ଜୟପୁର: ଗତ ଦୁଇ ଦିନ ହେବ ଜୟପୁରର ବାପୁଜୀନଗର(କୁନ୍ଦାରୀଗୁଡା), ପାରାବେଢ଼ା, ଶ୍ରୀରାମନଗର, ଲିଙ୍ଗରାଜନଗର, ଫରେଷ୍ଟକଲୋନୀ , ଇରିଗେସନ୍ କଲୋନୀ ଆଦି ଅଂଚଳବାସୀ ମୁନ୍ଦେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏହି ଅଂଚଳର ଷ୍ଟାଣ୍ଡ ପୋଷ୍ଟ ଗୁଡିକରେ ପାଣି ଆସୁ ନଥିବାରୁ ମହିଳା ମାନେ ପାଣି ଗରା ନେଇ ଦୁରଦୁରାନ୍ତକୁ କିମ୍ବା ନିଜସ୍ବ ନଳକୁପ ଥିବା ଲୋକଙ୍କ ଘରକୁ ଯାଇ ପାଣି ନେଉଥିବା ଦେଖିବାକୁ ମିଳିଛି। ଏଭଳିକି ଏହି ସମସ୍ୟା ସବୁବେଳେ ଲାଗି ରହୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ଏଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଚମ୍ପା କୁପୁଲିରେ ପାଣି ଯୋଗାଣ କରିବାକୁ ଥିବା ଗୋଟିଏ ପାଇପ୍ ପାଟିଯିବା ଫଳରେ ଜଳଯୋଗାଣରେ ବ୍ୟାହତ ହୋଇଛି।

ଏଥି ଯୋଗୁଁ ଗତକାଲି ଠାରୁ ବାପୁଜୀନଗର, ପାରାବେଢ଼ା, ଶ୍ରୀରାମନଗର, ଲିଙ୍ଗରାଜନଗର ଆଦି ଅଂଚଳରେ ଜଳଯୋଗାଣ ହୋଇପାରିନାହିଁ। ମରାମତି ଜାରି ରହିଛି। ବର୍ଷା ହେବା ଫଳରେ କାମରେ ବ୍ୟାପକ ବାଧା ସୃଷ୍ଟି ହୋଇଛି। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଦିନ ରାତି କାମ କରାଯାଉଛି। ଆଜି ରାତି ସୁଦ୍ଧା ସବୁ ସଜଡ଼ାଯିବା ସହ ଆସନ୍ତାକାଲି ସକାଳ ସୁଦ୍ଧା ଏହି ଅଂଚଳରେ ଜଳଯୋଗାଣ ବ୍ୟବସ୍ଥା ସଂପୁର୍ଣ୍ଣ ରୁପେ ସୁଧରିଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ ଚିରଜିଂବୀ ମହାଳି।

ସମ୍ବନ୍ଧିତ ଖବର