ବ୍ରଜରାଜନଗର ଓ ବେଲପାହାଡ଼ ବାସୀଙ୍କ ଶୋଷ ମେଣ୍ଟିବ କେବେ

ବ୍ରଜରାଜନଗର: କୋଇଲାଖଣି ଦ୍ୱାରା ପ୍ରଭାବିତ ବ୍ରଜରାଜନଗର ଓ ବେଲପାହାଡ଼ ପୌରାଞ୍ଚଳ ବାସି ଙ୍କ ପାଇଁ ପାନୀୟ ଜଳ ସଙ୍କଟ ଏକ ବଡ଼ ସମସ୍ୟା ରୂପେ ଦେଖାଦେଇଛି। ଏଠାରେ ଥିବା ଭୂତଳ ଓ ପୋଖରିଆ କୋଇଲା ଖଣି ଯୋଗୁ ଦିନକୁ ଦିନ ଜଳ ସ୍ତର ନିମ୍ନଲଗାମି ହେବାରେ ଲାଗିଛି। ଖରାଦିନେ  ଏହି ଦୁଇଟି ସହର ରେ ଥିବା ଜଳାଶୟ ,କୂଅ,ପୋଖରୀ  ସୁଖୀ ଯାଇଥାଏ। ଅଧିକାଂଶ ନଳ କୂଅରୁ ପାଣି ବାହାରି ନଥାଏ।  ନିକଟରେ ପ୍ରବାହିତ ଇବ ନଦୀର ଜଳ ସୁଖୀ ଯାଉଥିବାରୁ ଏଠାରେ ବ୍ରଜରାଜନଗର ପୌରାଞ୍ଚଳ ପାଇଁ ଥିବା ଜଳ ଯୋଗାଣ ପମ୍ପ  କୁ ପାଣି ମିଳିବା ରେ ବଡ଼ ସମସ୍ୟା ହୋଇଥାଏ।ଏପରି ସମୟରେ ନଦୀରେ ବାଲି ଖୋଳି  ଦିନେ ଛାଡ଼ି ଦିନେ ଜଳ ଯୋଗାଣ କରିବାକୁ ବହୁ ସମୟରେ କରିବାକୁ ପଡିଥାଏ। ୨୦୧୯ ଜଣ ଗଣନା ଆଧାରରେ ଖଣି ପ୍ରଭାବିତ ବ୍ରଜରାଜନଗର

ପୌରାଞ୍ଚଳରେ ୮୩ ହଜାର୨୮୨ଲୋକ ଓ ବେଲପାହାଡ଼  ପୌରାଞ୍ଚଳ ରେ ୪୪ହଜାର ୮୫୪ଲୋକ ବାସ କରନ୍ତି। ଏହିଲୋକଙ୍କ ପାଇଁ ଦୈନିକ  ୧୨.୮୫ଏମ ଏଲ ଡି ଓ ୬.୮୪ଏମ ଏଲ ଡି ଜଳ ଯଥାକ୍ରମେ ବ୍ରଜରାଜନଗର ଓ ବେଲପାହାଡ଼ବାସୀ ଙ୍କ  ପାଇଁ ଆବଶ୍ୟକ ରହୁଛି।ବ୍ରଜରାଜନଗର ବାସୀଙ୍କ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଇବ ନଦୀରୁ  ରେମେଜା ପୁମ୍ପ ହାଉସ ମାଧ୍ୟମର ନଳଯୋଗେ ୨.୬୦ଏମ ଏଲ ଡି ଓ ଗଭୀର ନଳକୂପ ଓ ନଳକୂପ ମାଧ୍ୟମରେ ୦.୫୧ଏମ ଏଲ ଡି ଜଳ କୁ ସମୁଦାୟ ୬୭୭ ଘରକୁ ନାଳଯୋଗେ ଓ ୨୦୦ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଯୋଗା ଯାଉଛି।ଏହାଦ୍ୱାରା ବ୍ରଜରାଜନଗର  ପୌରାଞ୍ଚଳ ର ୫ଟି ୱାର୍ଡ କୁ ସମ୍ପୂର୍ଣ୍ଣ ,୮ଟି ୱାର୍ଡ କୁ ଆଂଶିକ ଜଳ ଯୋଗାଯାଉଥିବା ସମୟରେ ୧୦ ଟି ୱାର୍ଡ କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଜଳ ନଳଯୋଗେ ହୋଇନାହିଁ।ପରିଷଦ ପକ୍ଷରୁ  ବିଭିନ୍ନ ସ୍ଥାନରେ ଗଭୀର ନଳକୂପ ଖୋଲି  ଜଳ ର ଆବଶ୍ୟକତା କିଛିମାତ୍ରାରେ ପୁରନକରିବାକୁ ଚେଷ୍ଟା କରିଛି। ସେହିପରି ଖରାଦିନ କୋଇଲା ଖଣି ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ମଧ୍ୟ ଆବଶ୍ୟକ ସ୍ଥଳେ ଜଳ ଯୋଗାଇ ଲୋକଙ୍କ ଶୋଷ ମେଣ୍ଟାଇବାକୁ ପ୍ରୟାସ କରଣାଉଛି।

ସେହିପରି ବେଲପାହାଡ଼ ପୌରାଞ୍ଚଳ ରେ ରେ ଦୈନିକ  ଆବଶ୍ୟକ ଜଳ ର ପରିମାଣ ୬.୮୪ଏମ ଏଲ ଡି ଥିବା ସମୟରେ  ୧୪ଟି ଗଭୀର ନଳକୂପ ଓ ଗୋଟିଏ କୂପ ଦ୍ୱାରା ୦.୬୫ ଏ ମ ଏ ଲ ଡି ଜଳ ୩୪ ଟିଗୃହ ନଳ ଯୋଗେ  ଓ ୫୭ଟି ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜନସ୍ୱାସ୍ଥ୍ୟ ବିଭାଗ ଯୋଗାଉଛିନ୍ତି ।ଏହାଦ୍ୱାରା ୭ ଟି ୱାର୍ଡ ଆଂଶିକ ଜଳ ଯୋଗଣ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ସମୟରେ ୧୨ଗୋଟି ୱାର୍ଡ  କୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଳ ଯୋଗଜଳ ଯୋଗାଣ ହୋଇନାହିଁ।ପରିଷଦ ପକ୍ଷରୁ ଏହି ଅସୁବିଧାକୁ ଆଂଶିକ ଭାବେ ନିଜସ୍ୱ ଗଭୀର ନଳକୂପ ମାଧ୍ୟମରେ ପୁରାଣ କରିବାକୁ ପ୍ରୟାସ କରିଛି।ଖରାଦିନେ ଏହି ସମସ୍ୟା ଦୁରକରିବାକୁ କୋଇଲାଖଣି ଓ ବିଭିନ୍ନ ଶିଳ୍ପ ସଂସ୍ଥା ମାଧ୍ୟମରେ ଟ୍ୟାଙ୍କର ଯୋଗେ ଯୋଗାଇ ଦେବାକୁ ପ୍ରୟାସ ହେଉଛି।

ଦୁଇ ପୌରାଞ୍ଚଳରେ ଆବଶ୍ୟକ ୧୯ଏମ ଏଲ ଡି ପାନୀୟ ଜଳ ବର୍ଷ ତମାମ ଯୋଗାଇବା ଲକ୍ଷ୍ୟରେ ୨୦୧୮ମସିହାରେ  ୨୯୫ କୋଟି ଟଙ୍କା ବେୟା ଅଟକଳରେ  ଏକ ବୃହତ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି।ଏହାର ଲକ୍ଷ ସମସ୍ତଙ୍କୁ ଘରକୁ ଘର ଜଳ ଯୋଗାଣ କରିବା। ଏହି ପ୍ରକଳ୍ପ ନିର୍ମାଣ ବାବଦରେ ୨୩୪କୋଟି ଓ ଏହାର ମେଣ୍ଟେନାନ୍ସ ପାଇଁ ୬୧ କୋଟି ରହିଛି।ଏହାପ୍ରକଳ୍ପ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୨୬.୬୩କୋଟି, ଆର ଡବ୍ଲୁ ଏ ସ ଏ ସ ପକ୍ଷରୁ ୬୫.୮୮ କୋଟିଓ ଏ ନ ଟି ପି ସି ପକ୍ଷରୁ ୬୦.୧୨କୋଟି ଟଙ୍କା ଅଦ୍ୟାବଧି  ଜନସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି।

ଏହି ପ୍ରକଳ୍ପ ପାଇଁ ଜଳ ହୀରାକୁଦ ଜଳଭଣ୍ଡାର  ର ଛଡ଼ରମା ଠାରୁ ପାଇପ ଯୋଗେ ବ୍ରଜରାଜନଗର ର ଗଣ୍ଡଘୋରକୁ ଆସିବ। ୨୦୧୮ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବୃହତ ଜଳ ଯୋଗାଣ ପ୍ରକଳ୍ପ ଚଳିତ ବର୍ଷ ଜୁଲାଇ ମାସରେ ଶେଷହେବା କଥା।ଛଡ଼ରମାରୁ ଗଣ୍ଡଘୋରା ପର୍ଯ୍ୟନ୍ତ  ୨୬କିଲୋମିଟର ଦୂରତ୍ୱ ପାଇପ ଲାଇନ କାର୍ଯ୍ୟରୁ ୧୯କିଲୋମିଟର ପାଇପ ଲାଇନ ବିଛା ଯାଇଛି।

ହୀରାକୁଦ ଡ୍ୟାମରୁ  ଗଣ୍ଡଘୋରା ଆସିବାକୁ ଥିବା  ଜଳ ପାଇଁ ଗଣ୍ଡଘୋରା ଠାରେ ୫୦ଲକ୍ଷ ଲିଟର ର ଏକ ଜଳ ସଂଗ୍ରହ ଟାଙ୍କି କାର୍ଯ୍ୟ ଆରମ୍ଭ ହୋଇଥିବା ସମୟରେ ବ୍ରଜରାଜନଗର ଇବ ଭେଲି ଜି ଏମ ଅଫିସ ନିକଟରେ ନିର୍ମାଣ ଧିନ  ୧୯ ଏମ ଏଲ ଟି ର ବିଶୋଧନ ଟାଙ୍କି ର ନିର୍ମାଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି I ବ୍ରଜରାଜନଗର ରେ ଜଳ ଯୋଗାଣ ପାଇଁ ନିର୍ମିତ ୭ଟି ଓଭର ହେଡ ଟ୍ୟାଙ୍କ ଅଧାରେ ପଡିରହିଥିବା ସମୟରେ  ଓ ବେଲପାହାଡ଼ ରେ ନିର୍ମିତ ୪ ଓହରହେଡ ଟାଙ୍କି ମଧ୍ୟରୁ ୩ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ  ଚତୃଥ ଟାଙ୍କି ଶେଷ ପର୍ଯ୍ୟରେ ରହିଛି। କିନ୍ତୁ ବ୍ରଜରାଜନଗର ପରାଞ୍ଚଳରେ ୧୩୬ କିଲୋମିଟର ଜଳ ଯୋଗାଣ ପାଇପ ବିଛାଇବା କାର୍ଯ୍ୟ ରୁ ୮୮କିଲୋ ମିଟର ଶେଷ ହୋଇଛି।ସେହିପରି ବେଲପାହାଡ଼  ରେ ମଧ୍ୟ ଅନୁରୂପ ଭାବେ ୮୬କିଲୋମିଟର ରୁ ୭୦କିଲୋମିଟର ପାଇପ ବିଚାଯାଇଥିବା ଜଣା ପଡ଼ିଛି। ଇବ ଭେଲି ଜି ଏମ କମ୍ପ୍ଲେ ନିକଟରେ ନିର୍ମିତ ଫିଲଟର ଟାଙ୍କିରୁ ଦୈନିକ ୧୧ଏମ ଏଲ ଡି ପାନୀୟ ଜଳ ବ୍ରଜରାଜନଗର ଓ ୮ଏମ ଏଲ ଡି ପାନୀୟଜଳ ବେଲପାହାଡ଼ ଯିବ।

ଏହି ଦୁଇ ସହର ବାସୀଙ୍କର ଆଶା ଥିଲା ଚଳିତ ବର୍ଷ ଏହି ମେଗା ଜଳଯୋଗାଣ ପ୍ରକଳ୍ପ ଚାଲୁହେଲେ ସହର ବାସୀଙ୍କ  ବହୁଦିନ ର  ସମସ୍ୟାର ସାଧନ ହେବାସହ ସହର ବାସୀଙ୍କ ଶୋଷ  ମେଣ୍ଟାଇବା କୁ ସକ୍ଷମ ହେବ।

ଏନେଇ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀ ଅମୂଲ୍ୟ ସେଠି ଙ୍କୁ ପଚରିବାରୁ ଆସନ୍ତା ଜୁଲାଇ ମାସରେ  ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ନିର୍ମାଣ କା ରି ସନ୍ଥ ଉପରେ  ସବୁପ୍ରକାର ଚାପ ପ୍ରୟୋଗ କରାଯାଇଥିଲା। କିନ୍ତୁ   ଲକଡାଉନ ହେବାଫଳରେ କାମ ପ୍ରାୟତ ବନ୍ଦ ରହିଥିଲା। ଏବେ ରାଜ୍ୟ ବାହାରୁ ଓ ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରମିକ ମାନେ ଘରକୁ ଚାଲି ଯାଉଥିବାରୁ ଲକ୍ଷ୍ୟ ପୂରଣ ନେଇ ପ୍ରତିବନ୍ଧକ ଦେଖାଯାଇଥିବା କହିଥିଲେ। ଶ୍ରମିକ ମନ  ଫେରିବା ପରେ  ପ୍ରକଳ୍ପ ସରିବା ନେଇ ଯାହାକିଛି ଅନୁମାନ କରାଯିବ ସେ କହିଛନ୍ତି।  କାର୍ଯ୍ୟର ଅଗ୍ରଗତି କୁ ଦେଖିଲେ ପ୍ରକଳ୍ପ ଶେଷ ହେବାକୁ  ଆହୁରି ଗୋଟିଏ ବର୍ଷ ଲାଗିପାରେ।ଆସନ୍ତା ବର୍ଷ ୨ସହର ବାସୀ ଖରାଦିନେ  ଏହି ପ୍ରକଳ୍ପ ରୁ ପାଣି ପାଇବା ନେଇ ଆଶଙ୍କା ଦେଖାଦେବା ସ୍ବଭାବିକ କଥା। କାରଣ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ଶେଷହେବାପରେ  ପାଇପ ଲାଇନ  ସଂଯୋଗ ସହିତ ବିଭିନ ସ୍ଥାନରେ ପମ୍ପ ଓ ମୋଟର ବସାଇବା ନେଇ ମେକାନିକାଲ ଓ ଇଲେକ୍ଟ୍ରିକାଲ କାର୍ଯ୍ୟ ରହିଛି। ସେସବୁ ଶେଷ ହେବାକୁ ମଧ୍ୟ କିଛି ମାସ ଲାଗିବ ବୋଲି ଅଭିଜ୍ଞ ବେକ୍ତି ବେଶେଷ ମତ ଦେଉଛନ୍ତି।

ସମ୍ବନ୍ଧିତ ଖବର