କେନ୍ଦୁଝର: କେନ୍ଦ୍ର ଓ ରାଜ୍ୟ ସରକାର ଗାଁରୁ ସହର ସବୁଠି ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ଘୋଷଣା କରିଛନ୍ତି। ହେଲେ କେନ୍ଦୁଝର ସହର ଉପକଣ୍ଠ କବିତ୍ରା ମୁଣ୍ଡାସାହିରେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ସଦର ବ୍ଲକ୍ ବୋଦାପୋଳଶା ପଞ୍ଚାୟତରେ ଥିବା କବିତ୍ରା ମୁଣ୍ଡାସାହିରେ ୭୦ ପରିବାରର ପ୍ରାୟ ୨୦୦ ଲୋକ ବାସକରୁଛନ୍ତି। ସାହିରେ ଥିବା ଏକମାତ୍ର ନଳକୂପ ବିଶୁଦ୍ଧ ପିଇବା ପାଣି ଯୋଗାଇବାରେ ବିଫଳ ହେଉଛି। ସେଠାରେ ପାଣି ପାଇଁ ମହିଳାଙ୍କ ଧାଡ଼ି ଲାଗୁଛି। ଆବଶ୍ୟକ ପାଣି ମିଳୁନାହିଁ। ବହୁ ସମୟରେ ନଳକୂପଟି ଖରାପ ହୋଇଯାଉରୁ ଲୋକେ ପିଇବା ପାଣି ପାଇଁ ୨ କିମି ଦୂର ଅରଡ଼େଇ ନଦୀକୁ ଯାଉଛନ୍ତି। ନଚେତ ବାଧ୍ୟ ହୋଇ ପୋଖରୀରୁ ପାଣି ସଂଗ୍ରହ କରୁଛନ୍ତି।
ଦୂଷିତ ପାଣି ପିଇ ବିଭିନ୍ନ ଜଳବାହିତ ରୋଗରେ ସେମାନେ ଆକ୍ରାନ୍ତ ହେଉଛନ୍ତି ବୋଲି ସମାଜସେବୀ ତୁଳସୀ ପାତ୍ର କହିଛନ୍ତି। ୧୦ ବର୍ଷ ପୂର୍ବରୁ ମୁଣ୍ଡାସାହିକୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ପାଣି ପାଇପ ବିଛା ଯାଇଥିଲା। ଏବେ ତାହା ଭାଙ୍ଗିରୁଜି ଗଲାଣି। ମୁଣ୍ଡାସାହିର ଦୁର୍ଦଶା ଖବର ପାଇ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ସଭାପତି ରଞ୍ଜନ କୁମାର ବେହେରା, ଉପସଭାପତି ଜୟକୃଷ୍ଣ ନାଏକ କବିତ୍ରା ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖରା ଦିନ ପୂର୍ବରୁ ତୁରନ୍ତ ଏଠାରେ ନୂତନ ନଳକୂପ ଖନନ ନିମନ୍ତେ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/7a1c16b3-0f7d-430c-a2d9-9448ba264558.jpeg)