ଜିଲ୍ଲାପାଳ ଦ୍ବାରସ୍ଥହେଲେ ରଣାସାହି ବାସିନ୍ଦା

କୋରାପୁଟ: କୋରାପୁଟ ସହରର ରଣାସାହିରେ ଦେଖା ଦେଇଛି ଉତ୍କଟ ପାନୀୟ ଜଳ ସମସ୍ୟା । ଦୀର୍ଘ ବର୍ଷ ହେବ ସାହିବାସିନ୍ଦା ଏହି ହଟହଟା ସହୁଥିବାବେଳେ କେହି ଶୁଣୁ ନ ଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ବିଭାଗୀୟ କର୍ତୁପକ୍ଷ ଓ ପ‌ୌରପାଳିକାକୁ ଅବଗତ କରିଥିଲେ ମଧ୍ୟକିଛି ସୁଫଳ ନ ମିଳିବାରୁ ସେମାନେ ଆଜି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସାହିରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ଘର ରହିଥିବା ବେଳେ ରହିଛି ଗୋଟିଏ ମାତ୍ର ନଳକୂପ । ତେବେ ପାଇପ ଲାଇନକୁ ମରାମତି କରି ପିଇବା ପାଣିର ବ୍ୟବସ୍ଥା କରିବା ନିମନ୍ତେ ସ୍ଥାନୀୟ ପିଏଚଡି କନିଷ୍ଠ ଯନ୍ତ୍ରୀଙ୍କୁ ଏକାଧିକ ବାର ଦାବିପତ୍ର ଦେଇଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରି ନଥିବା ଅଭିଯୋଗ ଆଣିଛନ୍ତି ସାହି ବାସିନ୍ଦା । ବିଗତ ଦିନରେ ତତ୍କାଳୀନ ଜିଲ୍ଲାପାଳଙ୍କୁ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ସମସ୍ୟା ସମାଧାନ ହୋଇପାରି ନଥିବାରୁ ଆଜି ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ତାରା ନାୟକ, ସୁବର୍ଣ୍ଣ ସୁକ୍ରୀ, ଘନ ଖରା, ସାବିତ୍ରୀ ନାୟକ, ଲକ୍ଷ୍ମୀ ଖରା ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର