ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି, ଡ୍ରେନେଜ୍ ମାଧ୍ୟମରେ ଜଳ ନିଷ୍କାସନ ଦାବି

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମେଣ୍ଡାମାଳ ଗାଁ । ହିଲୁଙ୍ଗ ପଞ୍ଚାୟତର ଏହା ହେଉଛି ସବୁଠାରୁ ବଡ଼ ଗାଁ । ଚାରି ୱ।ର୍ଡ ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ଜନସଙ୍ଖ୍ୟା ତିନି ହଜାର ଉପରେ । କିନ୍ତୁ ଏହି ଗାଁର ବିକାଶ କଥା ଚିନ୍ତା କଲେ ମନରେ ଏକ ଭିନ୍ନ ଭାବନା ଆସିଥାଏ । ଗାଁ ମୁଣ୍ଡରେ ଆଣ୍ଠୁଏ ପାଣି ଜମା ହୋଇରହିଛି । କାରଣ ୨ ଦିନ ପୂର୍ବରୁ ଗାଁରେ ଅସରାଏ ବର୍ଷା ହୋଇଥିଲା । ଏହି କାଦୁଅ ପାଣି ଭିତରେ ଗାଁର ସମସ୍ତ ଲୋକେ ଯିବା-ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଏହା ସହିତ ଏହି ରାସ୍ତା ଦେଇ ଗାଁ ମୁଣ୍ଡରେ ଥିବା ଏକ ମାତ୍ର ନଳକୂଅ ପିଇବାପାଣି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ସେଥିପାଇଁ ଯେତେ ଯାହା ଅସୁବିଧା ହେଲେବି ଏହି ଆଣ୍ଠୁଏ ପାଣି ଦେଇଜିବା ଆସିବା  ବାଧ୍ୟ ହେଉଛନ୍ତି।

୧୦ ବର୍ଷ ପୂର୍ବରୁ କିଛିଟା ଡ୍ରେନେଜ୍ କାମ ହୋଇଥିଲା, ଯାହାକି ସଂପୂର୍ଣ୍ଣ ହୋଇନାହିଁ । ଫଳରେ ପାଣି ନିଷ୍କାସନ ହୋଇ ପାରୁ ନାହିଁ । ଏହା ବ୍ୟତୀତ ପଡୋଶୀ ଗ୍ରାମ ନୂଆପାଲିକୁ ଯିବା-ଆସିବା ରାସ୍ତା ହୋଇଥିବାରୁ ଯାତାୟାତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।  ଏହି  ରାସ୍ତା ଦେଇ ଗ୍ରାମର କର୍ଣ୍ଣପଡ଼ାବାସୀଙ୍କ ପାଇଁ ଅନ୍ୟ ରାସ୍ତା ନଥିବାରୁ ଯିବା-ଆସିବାରେ ଅନେକ ଅସୁବିଧା ସମ୍ମୁଖୀନ ହେବାସହ ବର୍ଷା ଦିନରେ ଅନେକ ଲୋକଙ୍କ ଘରକୁ ଦୂଷିତ ପାଣି ପ୍ରବେଶ କରି ଯାଉଥିବାରୁ ଜନସାଧାରଣ ନାହିଁ ନଥିବାର ଅସୁବିଧା ହେଉଛି ।

ଏ ବିଷୟରେ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଳକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଗ୍ରାମର ସାମନ୍ତ ପାତ୍ର କହିଛନ୍ତି, ଯିବା-ଆସିବାପାଇଁ ଏହି ରାସ୍ତା ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଗ୍ରାମରେ ପାନୀୟ ଜଳ ଯୋଗାଣ ନାହିଁ କହିଲେ ଚଳେ । ଗାଁ ମୁଣ୍ଡରେ ଥିବା ନଳକୂପର ପାଣି ଉପରେ ନିର୍ଭରଶୀଳ ହେବାକୁ ପଡୁଛି ।

ସମ୍ବନ୍ଧିତ ଖବର