ଘୁ.ଉଦୟଗିରି: ମଣିଷ ଚନ୍ଦ୍ରକୁ ଯାଇ ଜଳ ସନ୍ଧାନ କରିଲାଣି ଅଥଚ ପୃଥିବୀ ପୃଷ୍ଠରେ ରହୁଥିବା ଗରିବ ଅସହାୟ ଲୋକ ଆଜିବି ଟୋପାଏ ପିଇବା ପାଣି ପାଇଁ ଦୀର୍ଘ କିମି ଚାଲି ଚାଲି ଯାଇ ଝାଳ ବୁହେଇବାକୁ ପଡୁଛି।କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବଙ୍କ ପାଇଁ ଏବଂ ଗାଁର ବିକାଶ ର ନାରା ଦେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ମାନଙ୍କରେ କେତେ ବିକାଶ ହୋଇଛି ଗ୍ରାମାଞ୍ଚଳ ର ଅଧିବାସୀ କିଭଳି ଜୀବନ ଅତିବାହିତକରୁଛନ୍ତି ଥରେ ଗ୍ରାଉଣ୍ଡ ଜିରୋ କୁ ଯାଇ ଦେଖିଲେ ଠିକ ବୁଝିହେବ ଯେ କିଭଳି ଆଜି ବି ଏହି ବିଜ୍ଞାନ ଯୁଗରେ ଏହି ଅଞ୍ଚକଲର ଲୋକ ଜଙ୍ଗଲୀ ଜୀବନ ଯାପନ କରୁଛନ୍ତି।ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଗୁମାମାହା ପଞ୍ଚାୟତ ର ପାଡୁନବାଡ଼ି ଗାଁରେ।ପାହାଡିଆ ଗାଁ।ଅତି ସୁନ୍ଦର ପରିବେଶ।ସବୁଜ ବନାନୀ ପରିବେଶ ମଧ୍ୟରେ ଗୁମାମାହା ପଞ୍ଚାୟତ ର ୬ନଂ ୱାର୍ଡରେ ଅବସ୍ଥିତ ଏହି ଗାଁ ର ରେ ୧୧୦ଘର ର ୫୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା।ଗ୍ରାମବାସୀଙ୍କ ଦୁଃଖ ପାନୀୟଜଳ।ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମର ଆବାଳ ବୃଦ୍ଧବନିତା।ଗାଁ ଠାରୁ ଏକ କିମି ରୁ ଉର୍ଦ୍ଧ୍ୱ ରାସ୍ତା ବିଲମାଳ ଚାଲି ଚାଲି ଗଲେ ବିଲ ଭିତରେ ଥିବା ଏକ ଚୁଆ ରୁ ପାଣି ସଂଗ୍ରହ କରି ଆଣିଲେ ସମସ୍ତଙ୍କ ଶୋଷ ମେଣ୍ଟୁଛି।
ଏହି ଗ୍ରାମ ନିମନ୍ତେ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଅର୍ଥ ବ୍ୟୟ ବରାଦ କରାଯାଇ ଓଭର ହେଡ ଟ୍ୟାଙ୍କ,ବୋରଔଏଲ, ପାଇପ ଲାଇନ ବିଚ୍ଛା ଯିବା କାର୍ଯ୍ୟ କରାଯିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ଏକବର୍ଷ ଅତିକ୍ରାନ୍ତ ହେଲାଣି କିନ୍ତୁ ଲୋକଙ୍କ ପାଖରେ ପାଣି ପହଞ୍ଚି ପାରିନି କହିବାକୁ ଗଲେ ପାଡୁନବାଡି ଗାଁରେ ବସୁଧା ଯୋଜନା ଆଣ୍ଠେଇଛି।ଅପାରଗ ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଅର୍ଥ ବ୍ୟୟ ବରାଦ ସତ୍ତ୍ୱେ ଲୋକଙ୍କ କାର୍ଯ୍ୟରେ ପ୍ରକଳ୍ପ ନ ଲାଗିବା ପରିତାପର ବିଷୟ।ଦେଶ ସ୍ବାଧୀନତାର ୭୭ବର୍ଷ ପରେ ମଧ୍ୟ ଲୋକେ ଟୋପାଏ ପାଣି ପାଇଁ ଡହଳ ବିକଳ ହେବା ପରିତାପର ବିଷୟ।ଗୁମାମାହା ସରପଞ୍ଚ ପ୍ରମିଳା ପ୍ରଧାନ ନିଜ ପ୍ରତିକ୍ରିୟା ରେ କହିଛନ୍ତି ବସୁଧା ଯୋଜନା ରେ ପାଡୁନବାଡ଼ି ଗାଁ ଲୋକଙ୍କ ପାଇଁ ପାଣି ବ୍ୟବସ୍ଥା ଚାଲିଛି କାର୍ଯ୍ୟରେ ବିଳମ୍ବ ହେଉଛି ବାରମ୍ବାର ଆମେ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରୁଛି ତଥାପି କିଛି ଫଳ ମିଳୁନି।ପ୍ରକଳ୍ପ କାର୍ଯ୍ୟ ସରିବା ପରେ ଏହି ଗାଁର ପାଣି ସମସ୍ୟା ଦୂର ହୋଇଯିବ।ସେଇଭଳି ୱାର୍ଡ ମେମ୍ବର ରବୀନ୍ଦ୍ର ପ୍ରଧାନ ନିଜ ଗ୍ରାମବାସୀ କିଭଳି ପିଇବା ପାଣି ଶୀଘ୍ର ପାଇବେ ସେଥିନିମନ୍ତେ ସମସ୍ତଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କାର୍ଯ୍ୟ ବିଳମ୍ବ ହେଉଥିବା ଏବଂ କେହି ମଧ୍ୟ ସହଯୋଗ କରୁନଥିବା କହିଛନ୍ତି।ଲିତା ପରିଛା, ସ୍ନେହଳତା ପରିଛା ଏବଂ ଜାଲମି ପ୍ରଧାନ ଅତିଶୀଘ୍ର ଆମ ଗାଁ ଲୋକଙ୍କ ଟୋପାଏ ପିଇବା ପାଣି ଦେବାକୁ ସରକାର,ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି।