ଜଳ ବିଶୋଧନାଗାର ପ୍ରକଳ୍ପ କାର୍ଯ୍ୟକ୍ଷମକୁ ୮ବର୍ଷ ବିତିଲାଣି; ଆଠଗଡ଼ରେ ସୁଧୁରୁନି ପାନୀୟଜଳ ସମସ୍ୟା

ଆଠଗଡ଼: ଆଠଗଡ଼ ଏନ୍‌ଏସି ଅଞ୍ଚଳର ଲୋକଙ୍କୁ ସୁବିଧାରେ ବିଶୁଦ୍ଧ ଜଳ ଯୋଗାଇ ଦେବା ନିମନ୍ତେ ୮ବର୍ଷ ତଳେ ଜଳ ବିଶୋଧନାଗାର ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ହେଲେ, ଅଞ୍ଚଳରେ ଏବେ ବି ଏହି ସମସ୍ୟା ସୁଧୁରି ନ ଥିବା ଦେଖିବାକୁ ମିଳିଛି। ପିଇବା ପାଣି ସମସ୍ୟା ନେଇ ଏନ୍‌ଏସି ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ପ୍ରକାଶଥାଉ କି, ୧୮ଟି ୱାର୍ଡକୁ ନେଇ ଗଠିତ ଆଠଗଡ଼ ଏନ୍‌ଏସି ଅଞ୍ଚଳରେ  ଜନସଂଖ୍ୟା ୨୦ ହଜାରକୁ ଛୁଇଁଲାଣି। ଦିନକୁ ଦିନ ସହରରେ ଜନସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ପାନୀୟ ଜଳ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଠଗଡ଼ବାସୀଙ୍କୁ ଆବଶ୍ୟକ ପରିମାଣର ପିଇବା ପାଣି ଯୋଗାଇବା ଲାଗି ଗତ ୨୦୧୪ ଜାନୁଆରି ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ଜଳ ବିଶୋଧନାଗାର ପ୍ରକଳ୍ପର ଲୋକାର୍ପଣ କରିଥିଲେ। ମହାନଦୀରୁ ପାଇପ୍‌ ଲାଇନ୍‌ ମାଧ୍ୟମରେ ପାଣି ଆଣି ବିଶୋଧନାଗାରରେ ବିଶୋଧନ ପରେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି। ଏହି ବିଶୋଧନାଗାରର ଦୈନିକ କ୍ଷମତା ୧୫ ଲକ୍ଷ ଲିଟର। ଏଠାରୁ ଆଠଗଡ଼ ସହରର ଏନ୍‌ଏସି କାର୍ଯ୍ୟାଳୟ, ଟ୍ରେଜେରୀ, ବୀରକିଶୋରପୁର, କନ୍ତୋଲ, ଷ୍ଟାଡ଼ିୟମରେ ଥିବା ଜଳ ସଂରକ୍ଷଣ କେନ୍ଦ୍ରକୁ ପାଣି ଯୋଗାଇ ଦିଆଯାଉଛି।

ଏଥିସହ ପାଇପ୍‌ ଲାଇନ୍‌ ଯୋଗେ ବିଭିନ୍ନ ଅଞ୍ଚଳକୁ ମଧ୍ୟ ବିଶୁଦ୍ଧ ପାଣି ମିଳୁଛି। ତେବେ ଆଠଗଡ଼ରେ ଦୈନିକ ୩୦  ଲକ୍ଷ ଲିଟର ପାନୀୟଜଳର ଆବଶ୍ୟକତା ଥିବାରୁ ଅବଶିଷ୍ଟ ପାଣି ବୋର୍‌ୱେଲ୍‌ ମାଧ୍ୟମରେ ସହରର ଝରଣଛକ, ନବଗ୍ରହ, ଜଗନ୍ନାଥ ମନ୍ଦିର, ଉତ୍ତରାଚଣ୍ଡୀ, ଷ୍ଟାଡ଼ିୟମ, ମେଡ଼ିକାଲ୍‌, କନ୍ତୋଲ, ସିଟି ସ୍କୁଲ, ବାଣୀକଣ୍ଠନଗର ଆଦି ଅଞ୍ଚଳକୁ ଯୋଗାଇ ଦିଆଯାଉଛି। ହେଲେ, ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଂଗକୁ ଜଳସ୍ତର କମିଯିବାରୁ ବୋର୍‌ୱେଲ୍‌ରୁ ଆବଶ୍ୟକ ପରିମାଣର ପାଣି ଆସିପାରୁନାହିଁ। ଏଥିଯୋଗୁଁ ଉପରସାହି, ହେମମାଳପୁର, ବାଣୀକଣ୍ଠନଗର, ମୈତ୍ରୀନଗର ଆଦି ଅଞ୍ଚଳରେ ପାନୀୟଜଳ ମୁଖ୍ୟ ସମସ୍ୟା ରୂପେ ଦେଖା ଦେଇଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳକୁ ଟ୍ୟାଙ୍କର୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପୃଥୀରାଜ ପଣ୍ଡା ପ୍ରକାଶ କରିଛନ୍ତି। ତେବେ ଏହା ଧର୍ମକୁ ଆଖିଠାର ସଦୃଶ ବୋଲି ସାଧାରଣରେ ଅଭିଯୋଗ କରାଯାଇଛି। ଆଠଗଡ଼ରେ ପାନୀୟଜଳ ସମସ୍ୟା ସମ୍ପର୍କରେ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପ୍ରଶ୍ନ କରିବାରୁ ଜଳ ବିଶୋଧନାଗାର ପ୍ରକଳ୍ପର କ୍ଷମତା ବୃଦ୍ଧି କରାଗଲେ ସମସ୍ୟା ସୁଧୁରିବ ବୋଲି ‌େସ ପ୍ରକାଶ କରିଛନ୍ତି। ଏ ବିଷୟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ଏବଂ ଅର୍ଥ ବିଭାଗ ପକ୍ଷରୁ ଏହାକୁ ସ୍ବୀକୃତି ମିଳିଛି ବୋଲି ସେ ସୂଚନା ଦେଇଛ

ସମ୍ବନ୍ଧିତ ଖବର