ନିଆରା ଢଙ୍ଗରେ ହୋଲି ଖେଳିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

ଜଗତସିଂହପୁର: ରଙ୍ଗର ପର୍ବ ହୋଲି ଅବସରରେ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଆଜି ନିଆରା ଢଙ୍ଗରେ ରଙ୍ଗ ଖେଳିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀରେ ଥିବା ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦଳର କର୍ମୀ ଓ ଜନସାଧାରଣଙ୍କ ସହିତ ସେ ହୋଲି ଖେଳିବା ପାଇଁ ପହଞ୍ଚିଥିଲେ। ସମସ୍ତଙ୍କୁ ବିସ୍ମିତ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେ ଝାଡୁମାରି ସଫା କରିଥିଲେ। ଏଥି ସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବାଣ୍ଟିଥିଲେ। ପରେ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସହିତ ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ।

ନିଆରା ଢଙ୍ଗରେ ହୋଲି ପାଳନକୁ ନେଇ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା କର୍ମୀମାନେ ମଧ୍ୟ ଉତ୍ସାହିତ ଥିଲେ। ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ନେତା ଓ କର୍ମୀମାନେ ମନ୍ତ୍ରୀ ଶ୍ରୀ ଦାସଙ୍କ ସହିତ ହୋଲି ଖେଳରେ ଆଜି ପୂର୍ବାହ୍ନ ଠାରୁ ମଧ୍ୟାହ୍ନ ଯାଏଁ ବ୍ୟସ୍ତ ଥିଲେ। ତେବେ ମନ୍ତ୍ରୀଙ୍କର ହୋଲି ଅବସରରେ ଏହି ନିଆରା କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର