ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ଚଳିତ ବର୍ଷ ପ୍ରାୟ ୧୦୦ ହେକ୍ଟର ଜମିରେ ତରଭୁଜ ଚାଷ କରାଯାଇଛି। ହେଲେ ଅଦିନିଆ ବର୍ଷା ଯୋଗୁଁ ତରଭୁଜ ଗଛ ସବୁ ପଚିଝାଉଁଳି ଗଲାଣି। ତରଭୁଜ ସବୁ ଫାଟି କ୍ଷତି ହେବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଶାସନ ତରଫରୁ ତରଭୁଜ ଚାଷୀଙ୍କ ପାଇଁ ବଜାର ସୁବିଧା କରୁ ନ ଥିବାରୁ ଚାଷୀ କିପରି ବିକ୍ରି କରିବ ସେ ନେଇ ଚିନ୍ତାରେ ଥିବା ଜଣାପଡ଼ିଛି।

Advertisment

ଉଲୁଣ୍ଡା ବ୍ଲକର ବଡ଼ ଅଂକରିଆ ଶିବ ପାତ୍ର ହରିନାପାଳି ଠାରେ ଠିକାରେ ଜମି ନେଇ ତରଭୁଜ ଚାଷ କରିଛନ୍ତି। ହେଲେ ବର୍ଷା ଦାଉ ସାଧିବା ଯୋଗୁଁ ଏଥିରେ ବ୍ୟାପକ କ୍ଷତି ହୋଇଛି। ଶିବ ପାତ୍ର ୮୦ ହଜାର ଖର୍ଚ୍ଚ କରି ତରଭୂଜ ଚାଷ କରଛନ୍ତି। ତରଭୁଜ ସବୁ ଅମଳ ଅବସ୍ଥାରେ ଥିବା ବେଳେ ବିକ୍ରି ପାଇଁ ସୁବିଧା ନାହିଁ।

publive-image

ବିଶିପଡ଼ା ଗ୍ରାମର ଗଜିନ୍ଦ୍ର ଦଳେଇଙ୍କ କହିବା ଅନୁସାରେ ଏ ବର୍ଷ ଚାଷ ଠିକ ହୋଇ ଥିଲା। ହେଲେ ବର୍ଷା ପାଗ ଓ ବଜାର ସୁବିଧା ନ ଥିବା ଯୋଗୁଁ କ୍ଷତି ହେବ ବୋଲି ଆଶଙ୍କାରେ ଚାଷୀ କେଜି ପ୍ରତି ୭ଟଙ୍କା ପରିବର୍ତ୍ତେ ୪ଟଙ୍କାରେ କିଣିବା ପାଇଁ ବେପାରୀ ମାଗୁ ଥିବାରୁ ଚିନ୍ତାରେ ଅଛୁ। ସେ ଉଚିତ ଦାମ ନ ପାଇଲେ କଣ କରିବୁ ହତାଶ ହୋଇ ଉତ୍ତର ଦେଇଛନ୍ତି। ଯାହା କି ଦୁଇ ଦିନ ଭିତରେ ନ ବିକ୍ରି ହେଲେ ସବୁ ତରଭୁଜ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରେ କୃଷି ବିଭାଗ ତରଫରୁ ତରଭୁଜ ଚାଷୀଙ୍କ ପାଇଁ ମଣ୍ଡି ବଜାର ସୁବିଧା ନ ଥିବାରୁ ଚାଷୀ ବିକ୍ରି ପାଇଁ ହଟହଟା ହେଉଛନ୍ତି। ସରକାର ଚାଷୀଙ୍କ ପାଇଁ ଉଦ୍ୟକ୍ଷନ ବିଭାଗ ତରଫରୁ ମଞ୍ଜି ଯୋଗାଇ ଦେଉଛନ୍ତି ହେଲେ କେତେକ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ଯୋଗୁଁ ପ୍ରକୃତ ଚାଷୀକୁ ଅଣଦେଖା କରାଯାଉ ଥିବା ଅଭିଯୋଗ କରିଛନ୍ତି। ଉଦ୍ୟାନ ବିଭାଗ ତରଫରୁ ଚାଷୀଙ୍କ ଉନ୍ନତି ପାଇଁ ତରଭୁଜ ମଞ୍ଜି, ଯୋଗାଇ ଦେଉ ଥିଲେ ହେଁ ନିମ୍ନ ମାନ ମଞ୍ଜି ଯୋଗୁଁ ଚାଷୀ ଅମଳ ଠିକ ହେଉ ନାହିଁ।