ତିନିଦିନ ଧରି ଏହି ସବୁ ଅଂଚଳରେ ହୋଇପାରେ ଝଡବର୍ଷା

ଭୁବନେଶ୍ୱର: ଆସନ୍ତା ତିନିଦିନ ପାଇଁ ରାଜ୍ୟରେ ପାଣିପାଗର ସ୍ଥିତି କିଭଳି ରହିବ ସେ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର | ମିଳିଥିବା ସୂଚନା ମୁତାବକ ଆଜି କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ଝଡବର୍ଷା ହୋଇପାରେ |

ସେହିପରି ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ | ସେହିପରି ୨୮ ତାରିଖ ସକାଳ ୮ଟା ୩୦ରୁ ୨୯ ତାରିଖ ସକାଳ ୮ଟା ୩୦ ଯାଏଁ ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ଝଡବର୍ଷା ସାଙ୍ଗକୁ ବଜ୍ରପାତ ହୋଇପାରେ | ତେବେ ପୂର୍ବ ଓ ଉତ୍ତର ଓଡିଶାରେ ଏଭଳି ପାଣିପାଗ ହେବାକୁ ଥିବାବେଳେ ପଶ୍ଚିମ ଓଡ଼ିଶାରେ ହିଟୱେଭର ସମ୍ଭାବନା ରହିଛି |

୩୧ ତାରିଖ ସକାଳ ୮ଟା ୩୦ରୁ ଏପ୍ରିଲ ପହିଲା ସକାଳ ୮ଟା ୩୦ ଯାଏ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ହିଟୱେଭ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ହିଟୱେଭକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |

ସମ୍ବନ୍ଧିତ ଖବର