ଆଦିବାସୀ ଜୀବନଶୈଳୀ ଉଚ୍ଚକୋଟୀର ଓ ଅତ୍ୟନ୍ତ ସୁନ୍ଦର: ପ୍ରଫେସର ହୋତା

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ସ୍ୱଦେଶୀ ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଜ୍ଞାନ ପକ୍ଷରୁ ଆନ୍ତର୍ଜାତିକ ସ୍ୱଦେଶୀ ଦିବସ ପାଳିତ ହୋଇଯାଇଛି। ସାମ୍ପ୍ରତିକ ସ୍ଥିତିକୁ ଧ୍ୟାନରେ ରଖି ନୃତତ୍ତ୍ୱ ବିଜ୍ଞାନର ମୁଖ୍ୟ ଡଃ: ସିଲି ରାଉତଙ୍କ ୱେବିନାର ପ୍ରୟାସକୁ ବିଶ୍ୱବିଦ୍ୟାଳୟ କୁଳପତି ସହମତି ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଏବଂ ଆଦିବାସୀ ଗବେଷଣା ଅନୁଷ୍ଠାନର ନିର୍ଦେଶକ ପ୍ରଫେସର ଡ଼ଃ ଅଟଳ ବିହାରୀ ହୋତା ଯୋଗ ଦେଇଥିଲେ।

ପ୍ରଫେସର ଶ୍ରୀ ହୋତା ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଆମୋଦିତ କରୋନା ମହାମାରୀ ଓ ଓଡ଼ିଶା ଜନଜାତିର ଜୀବନ ଶୈଳୀ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଜନଜାତିର ଜୀବନ ଶୈଳୀ, ଅର୍ଥନୈତିକ ଓ ସାମାଜିକ ଚଳଣି କ ଅଗ୍ରାହ୍ୟ କରି ସେ କହିଥିଲେ ଆଦିବାସୀ ଜୀବନଶୈଳୀ ଉଚ୍ଚକୋଟୀର ଓ ଅତ୍ୟନ୍ତ ସୁନ୍ଦର, ଆଜି ସେମାନଙ୍କର ଦୈନନ୍ଦିନ ଜୀବନ ମହାମାରୀ ସମୟରେ ଏକ କଠିନ ପରିସ୍ଥିତି ତଥାପି ପରିସ୍ଥିତିର ମୁକାବିଲାରେ ସେମାନେ ନିପୁଣ। ସେମାନଙ୍କର ଅତ୍ୟନ୍ତ ସାଧୁତା ପରମ୍ପରା ଭିତିକ କିନ୍ତୁ ସ୍ଥଗିତ ନୁହେଁ। ଏହି ମହାମାରୀ ସମୟରେ ସେମାନଙ୍କ ସଚେତନତା ଯେତିକି କାମ୍ୟ ତାଠାରୁ ବି ଅଧିକ ସେମାନଙ୍କ ସହଯୋଗ, ଗାଁକୁ ପଶିବା ପୂର୍ବରୁ ଚିହ୍ନଟ କରି ସ୍ୱାଗତ କରିବା ଏହାର ଏକ ଉଦାହରଣ।

ଅନିଶ୍ଚିତତା ଅଦେଖା ସତ କିନ୍ତୁ ଏକ ମଜବୁତ ସମାଜ ସଚେତନତା ଯୁକ୍ତ ସଭ୍ୟତା ଗଠନର ମନ୍ତ୍ର। ଆମେ ନିଜକୁ ସଶକ୍ତିକରଣ କରି ସଚେତନତା ହୋଇ ସମୂଳ ବିକାଶର ମନ୍ତ୍ର ଜନଜାତି ଠାରୁ ଶିଖିବା ଦରକାର। ତେବେ ଆମେ ନିଜକୁ ଆଉ ନିଜ ଚତୁଃପାର୍ଶ୍ୱକୁ ନିରାପଦ ରଖିପାରିବା ବୋଲି କହିଥିଲେ ସେ କହିଥିଲେ। ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ୯୨ରୁ ଅଧିକ ନୃତତ୍ତ୍ୱ ବିଜ୍ଞାନର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଭାରତର ବିଭନ୍ନ ସ୍ଥାନରୁ ଯୋଗ ଦେଇଥିଲେ। ସଭା ଶେଷରେ ବିଭାଗର ଅତିଥି ଅଧ୍ୟାପକ ସିଂପୁଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର